ବହୁଚର୍ଚ୍ଚିତ ପୋଲିସ ସବ ଇନ୍ସପେକ୍ଟର (SI) ପରୀକ୍ଷା ଜାଲିଆତିରେ ବରଗଡର ୫ ଜଣ

IMG-20251002-WA0134
Share

 

ସୁରେନ୍ଦ୍ର କଠାର,ବରଗଡ

ବହୁ ଚର୍ଚ୍ଚିତ ପୋଲିସ ସବ ଇନ୍ସପକ୍ଟର ପରୀକ୍ଷା ଜାଲିଆତିର ଚେର ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବରଗଡ଼ ଜିଲାର ୫ ଜଣ ରହିଛନ୍ତି। ସେମାନେ ବରଗଡ ଭୋଇଟିକ୍ରା, ବିଜେପୁର ଥାନା ତାଲପଦର, ଯୋଖିପାଲି ଏବଂ ବରପାଲି ଥାନା କୁମ୍ଭାରି ଗ୍ରାମର ବୋଲି ସୂଚନା ମିଳିଛି। ତେବେ କେଉଁ ଦଲାଲ ମାଧ୍ୟମରେ ସେମାନେ ଏଭଳି ଜାଲିଆତି ଉଦ୍ୟମ କରିଥିଲେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସମ୍ପୃକ୍ତ ଦଲାଲ ସାମ୍ନାକୁ ଆସିଲେ ଏଭଳି ଜାଲିଆତି ନେଇ ଆହୁରି ଚାଞ୍ଚଲ୍ୟକର ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପ୍ରକାଶ ଥାଉକି, ଓଡ଼ିଶା ପୋଲିସ ରିକ୍ର୍ୟୁମେଣ୍ଟ ବୋର୍ଡ଼ (OPRB) ପରିଚାଳିତ ପୋଲିସ SI ପରୀକ୍ଷା ଆସନ୍ତା ୫ ଓ ୬ ତାରିଖ ହେବାକୁ ଥିଲା। ତେବେ ପରୀକ୍ଷା ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ଏ ନେଇ ବଡ଼ ଜାଲିଆତି ଧରିବାକୁ ସକ୍ଷମ ହେବା ପରେ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଛି।