ଆଜିର ଖବର..
୧-କଟକରେ ମୁଖ୍ୟମନ୍ତ୍ରୀଙ୍କ ଦଶହରା ବୁଲା; ବିଭିନ୍ନ ପୂଜାମଣ୍ଡପକୁ ଯାଇ ନେଲେ ମା’ଙ୍କ ଆଶୀର୍ବାଦ।
୨-ବ୍ରହ୍ମପୁର:ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ, ୨ ଦଲାଲ ଗିରଫ।
୩-ପୂଜାରେ ଅପରାଧୀଙ୍କୁ ପୋଲିସର ଚେକମେଟ୍, ୧୦ ଅପରାଧୀଙ୍କ ନାଁରେ ଲାଗିଲା ୧୧୦ ଧାରା।
୪-ନୂଆଦିଲ୍ଲୀ :ଭର୍ତ୍ତୁହରିଙ୍କୁ ଅର୍ଥ କମିଟି ,ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଓ ସପ୍ତଗିରି ଉଲ୍ଲାକା ଗ୍ରାମ୍ୟ ଉନ୍ନୟନ କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି।
୫-ଓଡ଼ିଶାର ବିଶାଳକାୟ ଦୂର୍ଗାମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼; ପ୍ରଥମଥର ପାଇଁ ରାଜଧାନୀର ଟାଙ୍ଗିବନ୍ତ ଗାଁରେ ପୂଜା ପାଉଛନ୍ତି ୬୨ ଫୁଟର ମା’ଙ୍କ ମୂର୍ତ୍ତି।
୬-ଭୁବନେଶ୍ବର:ଅପରେଶନ ଅଗ୍ନିରେ ୮ କୋଟି ୨୪ ଲକ୍ଷ ଟଙ୍କାର ବାଣ ଜବତ।
୭-ଭୁବନେଶ୍ବର:ପର୍ଯ୍ୟଟକ ବେଶରେ ନିଶା ବେପାର; ଟ୍ରଲି ବ୍ୟାଗରେ ଗଞ୍ଜେଇ ନେବା ବେଳେ RPF ଦ୍ବାରା ଧରାପଡିଲେ।
୮-ସମ୍ବଲପୁରୀ ନୃତ୍ୟ ପାଇଁ ପ୍ରିୟଲ ପ୍ରଧାନଙ୍କୁ ‘ହିନ୍ଦୁରତ୍ନ ପୁରସ୍କାର’ ପ୍ରଦାନ କରାଯିବ।
୯-ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନାଝିଅ ପ୍ରମିତା, ICC କ୍ରିକେଟ ବ୍ରଡକାଷ୍ଟିଂରେ ପ୍ରଥମ ଓଡ଼ିଆ ମହିଳା।
୧୦-ମୟୂରଭଞ୍ଜ: ମୟୂରଭଞ୍ଜରେ ଆନ୍ତଃ ରାଜ୍ୟ ଲୁଟେରା ଗିରଫ,୪ ବାଇକ ଜବତ।
୧୧-ସଡ଼କ ଦୁର୍ଘଟଣା: ଖୋର୍ଦ୍ଧାରେ ୩ ମୃତ, ଅନୁଗୁଳରେ ଚାଲିଗଲା ଆରଆଇଙ୍କ ପ୍ରାଣ।
୧୨-କଟକ:କଟକରେ ଲଘୁଚାପ ଜନିତ ବର୍ଷା, ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ।
୧୩-୬ ବର୍ଷିଆ ଡାଲି ଆତ୍ମନିର୍ଭରତା ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ, ଲାଭାନ୍ବିତ ହେବେ ୨ କୋଟି ଚାଷୀ।
୧୪-କେନ୍ଦ୍ର କର୍ମଚାରୀଙ୍କ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା।୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହେଲା।
୧୫-ରେପୋ ରେଟ ୫.୫%ରେ ଅପରିବର୍ତ୍ତିତ, ମୁଦ୍ରାସ୍ଫୀତି ୨.୬%: ଆରବିଆଇ।
୧୬-ଜୈବ-ଚିକିତ୍ସିୟ ଅନୁସନ୍ଧାନ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ।
୧୭-ଦେଶରେ ସବୁଠାରୁ ଧନୀ ବ୍ଯକ୍ତି ମୁକେଶ ଅମ୍ବାନୀ, ଧନୀ ମହିଳା ରୋଶନୀ ମଲହୋତ୍ରା, ଶାହରୁଖଙ୍କ ହେଲା ନୂଆ ଏଣ୍ଟ୍ରି।
୧୮-ବିହାର ବିଧାନସଭା ନିର୍ବାଚନ ପାଇଁ ନୂଆ ମତଦାତା ତାଲିକା ଜାରି ।୬୮ ଲକ୍ଷ ମତଦାତାଙ୍କ ନାଁ କଟିଲା,ଭୋଟର ଲିଷ୍ଟରେ ୨୧ ଲକ୍ଷ ୫୩ ହଜାର ନୂଆ ନାଁ ସାମିଲ ହୋଇଛି ।
୧୯-ଏବେ ଚାପରେ ଚାପି ହୋଇ ମୁଣ୍ଡ ନୁଆଁଇଲେ ନକଭି, ୟୁଏଇ ବୋର୍ଡକୁ ଫେରାଇଲେ ଟ୍ରଫି, ଦୁଃଖ ପ୍ରକାଶ କଲା ଏସିସି।
୨୦-ଆମେରିକାରେ ସଟ୍ ଡାଉନ୍ । ସମସ୍ତ ସରକାରୀ କାର୍ଯ୍ୟ ଠପ୍ । ସିନେଟ୍ରେ ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ସଟ୍ ଡାଉନ୍ । ୨୦ଲକ୍ଷ କର୍ମଚାରୀଙ୍କୁ ମିଳିନପାରେ ଦରମା ।
🙏 *ସୁପ୍ରଭାତ* 🙏
