October 5, 2024

ପଦ୍ମପୁର ଠାରେ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଓ ସ୍ୱଚ୍ଛତା ଦିବସ ପାଳନ 

Share

ପଦ୍ମପୁର : 02.10(ଜୟନ୍ତ କୁମାର ସେଠ) ପଦ୍ମପୁର ସ୍ଥ।ନୀୟ ଗୋରୁ ବଜାର ପ୍ରାଙ୍ଗଣ ରେ ବାପୁଜୀ ମହାତ୍ମା ଗାନ୍ଧୀ ଓ ଭାରତ ର ଦ୍ଵିତୀୟ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଓ ସ୍ବଚ୍ଛତା ଦିବସ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଯାଇଅଛି।ସଭା ଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ ପ୍ରା ର ମ୍ଭିକ ସମ୍ଭାଷଣ ରୁ ଆରମ୍ଭ ହୋଇ ଥିଲା, ଏବଂ ଉକ୍ତ ସଭା ରେ ପଦ୍ମପୁର ଉପଖଣ୍ଡ ର ଉପ ଜିଲ୍ଲା ପାଳ ଆରୁଗୁଲା ସ୍ନେହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକ ଙ୍କୁ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ରେ ରହିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସହର ର ନଗର ପାଳ ଶ୍ରୀମତୀ ସାବିତ୍ରୀ ବାଗ, ଉପ ନଗର ପାଳ ଶ୍ରୀମତୀ ଭାରତୀ ପଟ୍ଟନାୟକ ଯୋଗଦାନ କରି ପଦ୍ମପୁର ର ନାଗରିକ ମାନଙ୍କୁ ନିଜ ସହର ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅନୁରୋଧ କରିଥିଲେ। ଏହି ସଭା ରେ ଶ୍ରୀମାନ ମିନକେତନ ସାହୁ , ପରିବେଶ ବିତ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକ ମାନ ଙ୍କୁ ପରିବେଶ ସନ୍ତୁଳନ ବାବଦ ରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଏହି ସଭା ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗୋଲି ରାଉତ୍ ମଧ୍ୟ ଯୋଗଦାନ କରିଥିଲେ। ତତ୍ ସହିତ ସହର ର ସମସ୍ତ କାଉଁନ ସିଲାର ଶ୍ରୀମାନ ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ, କ୍ଷୀର ସାନ ବର୍ଷା, ସବିତା ବରିହା, କବିତା ଶେଠ୍, ସଂଯୁକ୍ତା ପୃଷ୍ଟି ଓ ଗୌରୀ ସାହୁ ଉପସ୍ଥିତ ରହିଥିଲେ ଏବଂ ସ୍ବଚ୍ଛତା ରେ ସ୍ଵଭାବ ଓ ସ୍ବଚ୍ଛତା ରେ ସଂସ୍କାର ବିଷୟ ରେ ଆଲୋକପାତ କରିଥିଲେ। ଉକ୍ତ ସଭା କୁ ଗୋଷ୍ଠୀ ସଙ୍ଗଠିକା ଛନ୍ଦାମିତ୍ର। ମିଶ୍ର ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସ୍ଵଂୟ ସହାୟକ ଗୋଷ୍ଠୀ ର ମା ମାନେ ବର୍ଜ୍ୟ ବସ୍ତୁ ରୁ କଳା ର ପ୍ରଦର୍ଶନୀ ପ୍ରସ୍ତୁତ କରିଥିଲେ, ସେମାନଙ୍କୁ ପରେ ସଭା ରେ ସମ୍ବର୍ଦ୍ଧନା ମଧ୍ୟ ଦିଆ ଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା, ଯେଉଁଠି ଲାଲ ବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ , ରାଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଓ ସଙ୍ଗୀତ ସମିତି ପଦ୍ମ ପୁର ର ମିଳିତ ଉଦ୍ୟମ ରେ ଅନୁଷ୍ଠିତ ହୋଇଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ସମସ୍ତ କର୍ମ ଚାରି ଯଥା – ସୌମ୍ୟ ବଲ୍ଲଭ ମହାପାତ୍ର, କିଶୋର ଚନ୍ଦ୍ର ପଣ୍ଡା, ଅଭିମନ୍ୟୁ ନାୟକ, ସୁଶାନ୍ତ ଆଚାର୍ଯ୍ୟ, ଉମେଶ ସୁନା, ଦୁଷ୍ମନ୍ତ ବେହେରା, ଅଜିତ ମହାକୁର, ମନୋଜ ପ୍ରଧାନ, ଶୁଲେଖା ପଣ୍ତିତ , କୁଞ୍ଜଲତା ଭୁଇ, ଅନୁରାଧା ଚାନ୍ଦ, ସରୋଜିନୀ ରାଉତ ଉପସ୍ଥିତ ରହିଥିଲେ। ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପର ଭାଇଯର ମାନେ ଉପସ୍ଥିତ ରହିଥିଲେ। ଶେଷ ରେ ବଡ଼। ଖ।ନା ର ଆୟୋଜନ କରାଯାଇଥିଲା ।