October 5, 2024

ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

Share

ବେଲଗୁଣ୍ଠା,୦୨/୧୦, କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଶାଖାର ସ୍ବେଛାସେବୀ, ଛାତ୍ରଛାତ୍ରୀ ମାନଙ୍କର ଏକ ପଦଯାତ୍ରାକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୀପୁ ଭୂୟାଁ ଓ ସ୍କାଉଟ ଓ ଗାଇଡ଼ ଶାଖାର ରୋଭର ଲିଡର ଅଧ୍ୟାପକ ପି ଦୀପକ ରାଓଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍ବେଛାସେବୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ବିଭିନ୍ନ ସମାଜ କଲ୍ୟାଣ ସମ୍ବଳିତ ବାର୍ତ୍ତା ପ୍ଲାକାର୍ଡ  ଧରି  ଶୋଭାଯାତ୍ରାରେ ଯାଇ ଗୋବରାସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇଥିଲେ। ଅଧ୍ୟକ୍ଷଙ୍କ ସମେତ ଉପସ୍ଥିତ କର୍ମଚାରୀ ଯଥାକ୍ରମେ ସୁଶାନ୍ତ କୁମାର ଲେଙ୍କା, ଦିପୁ ଭୂୟାଁ, ପି ଦୀପକ ରାଓ, ସୌମେନ୍ଦୁ ପଣ୍ଡା ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସମସ୍ତ ସ୍ବେଛାସେବୀ ସେଠାରୁ ଆସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ” ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ” କାର୍ଯ୍ୟକ୍ରମ ଅନୁଯାୟୀ ସଫେଇ କାର୍ଯ୍ୟ ସମ୍ପାଦନ କରି ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ