October 5, 2024

ଗୋପାଳପୁର ପଞ୍ଚାୟତ ରେ ଗାନ୍ଧିଜୟନ୍ତୀ ଅବସରରେ ସ୍ମୃତି ଚାରଣ ସଭା !!   

Share

 

ତିର୍ତ୍ତୋଲ

ଶୁଭୁନାହିଁ ସିନା ଶାବରମତୀ ଆଶ୍ରମରେ ସୁଲଳିତ ସ୍ୱରର ଝଙ୍କାର “ରଘୁପତି ରାଘବ ରାଜା ରାମ, ପତିତପାବନ ସୀତାରାମ !ମଙ୍ଗଲ ପରସନ ରାଜା ରାମ, ସବକୋ ସନମତି ଦେ ଭଗବାନ !”କିନ୍ତୁ ଆଜି ବି ମନେ ପଡନ୍ତି ମୁକୁଟ ବିହୀନ ସମ୍ରାଟ, ଅହିଂସାର ପୁଝାରୀ, ମୋହନଦାସ କରମଚାନ୍ଦ ଗାନ୍ଧୀ ! ଯେ କି ଗୁଜୁରାଟ ର ପୋରବନ୍ଦର ଠାରେ ୧୮୬୯ ମସିହା ଅକ୍ଟୋବର ୨ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ! ନିଜର ଶିକ୍ଷାଲାଭ ପରେ ଭାରତ ର ମୁକ୍ତି ପାଇଁ ଅହିଁସା ର ଆନ୍ଦୋଳନ ରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ !ଇଂରେଜ ସରକାର ଭାରତକୁ ନିଜ ଅଧୀନରେ ରଖି ଶାସନ କରୁଥିଲା ! ପରାଧୀନ ଭାରତର ବୁଦ୍ଧିଜୀବୀ ମାନେ ସ୍ୱତନ୍ତ୍ରତା ସେନାନୀ ଭାବେ ଭାରତ କୁ ସ୍ୱାଧୀନତା ଦେବାକୁ ପ୍ରତିଜ୍ଞା କରି ଇଂରେଜ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଦେଲେ !ମୋହନଦାସ ହିଂସାତ୍ମକ ଭାବେ ଲଢେଇ କରି ହାରିବା ଅପେକ୍ଷା ଅହିଂସା ଆନ୍ଦୋଳନ କରି ଜିତିବାକୁ ଶ୍ରେୟ ମଣିଲେ !ବହୁତ ଜୀଵନ ବଳିଦାନ ପରେ ଅବଶେଷରେ କୃତକାର୍ଯ୍ୟ ମଧ୍ୟ ହେଲେ ! ଭାରତ ସ୍ୱାଧୀନତା ଲାଭ କଲା !ମୋହନଦାସ କରମଚାନ୍ଦ ଗାନ୍ଧୀ ସ୍ୱାଧୀନ ଭାରତର ମହାତ୍ମା ଗାନ୍ଧୀ ନାମରେ ପରିଚିତ ହେଲେ ! ଗାନ୍ଧୀ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ସଭାଗୃହ ରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ପୂର୍ବତନ ସରପଞ୍ଚ ମୃଣ୍ମୟ କୁମାର ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ମାନେ ସ୍ୱସ୍ବ ମତ ପ୍ରଦାନ କରିଥିଲେ !ଏହି ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମୁଖ୍ୟବକ୍ତା ଭାବେ ଯୋଗଦେଇ, ଗାନ୍ଧିଜୀ ଙ୍କର ଏକାଦଶବ୍ରତ ପାଳନ ସହିତ ପରିମଳ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରିବାକୁ ଆହ୍ଵାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପ୍ରଧାନ , ପ୍ରଳୟ କୁମାର ରଥ, ଅତୁଲ୍ୟ କୁମାର ସ୍ଵାଇଁ , ନିକୁଞ୍ଜ କୁମାର ଦାସ , ଯଶୋବନ୍ତ ସ୍ଵାଇଁ , ରାଜେଶ ବେହେରା, ମମତା ଦାଶ , ରାମଚନ୍ଦ୍ର ଦାସ , ସମୀର ଗିରି , ନାୟବ ସରପଞ୍ଚ ସସ୍ମିତା ସ୍ଵାଇଁ , ଏମ୍ ବି କେ ପୂର୍ଣ୍ଣିମା ସାହୁ, ସି ଆର ପି ମନୋରମା ମାହୁନ୍ତ , ସୁଷମା ଦାଶ , ଅଞ୍ଜଳୀ ରଥ ଙ୍କ ସମେତ ରଶ୍ମିତା ଦାସ, କଲ୍ୟାଣୀ ଦାଶ ସଂଗୀତା ସ୍ଵାଇଁ , ରାଜଲକ୍ଷ୍ମୀ ବେହେରା , ସଂଗୀତା ବଳ , କମଳା ଭୋଳ ରେବତୀ ସମଣ୍ଟ ଓ ପ୍ରଭାତୀ ଦାଶ ପ୍ରମୁଖ ଅଂଶ ଗ୍ରହଣ କରି ଗାନ୍ଧୀଦର୍ଶନ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

 

:-ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..