October 5, 2024

ନେଟଙ୍ଗା ଗ୍ରାମରେ “ସ୍ଵଚ୍ଛ ଭାରତ” ଅଭିଯାନ ଓ “ବୃକ୍ଷ ସୁରକ୍ଷା” କାର୍ଯ୍ୟକ୍ରମ  ..

Share

 

ଭଂଜନଗର / ବେଲଗୁଣ୍ଠା, ୨ ଅକ୍ଟୋବର : ଆଜି ସାରା ଦେଶରେ କୋଣ‌‌‌ ଅନୁକୋଣରେ ପାଳିତ ହେଉଅଛି ସ୍ଵଚ୍ଛ ଭାରତ ଅଭିଯାନ। ଜାତୀୟ ପିତା ମହାମାନବ ମହାତ୍ମା ଗାନ୍ଧି ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କ ପବିତ୍ର ଜନ୍ମ ଦିବସ ପାଳନ ଅବସରରେ ଚାରିଆଡ଼େ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଅଫିସ, ବିଦ୍ୟାଳୟ ଓ ରାସ୍ତାଘାଟ ଆଦି ବିଭିନ୍ନ ସ୍ଥାନରେ ଏହି ପରିପ୍ରେକ୍ଷୀରେ ସଫେଇ କାର୍ଯ୍ୟକ୍ରମ ସଂପାଦନ କରାଯାଉଅଛି।

ସେହି କ୍ରମରେ ଆଜି ଗଂଜାମ ଜିଲ୍ଲା ଭଂଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକର ନେଟଙ୍ଗା ଗ୍ରାମରେ “ସ୍ଵଚ୍ଛ ଭାରତ” ଅଭିଯାନ ଓ “ବୃକ୍ଷ ସୁରକ୍ଷା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ ଓ ନେଟଙ୍ଗା ଗ୍ରାମର ଶ୍ରୀ ଶ୍ରୀ ଭଜଗୋବିନ୍ଦ ନଦିଆ ସଂଘ ର ସଦସ୍ୟ ମାନେ ଓ ନଦିଆ ଗୁରୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସ୍ଵର୍ଗତ ପ୍ରମୋଦ ନାୟକଙ୍କ ପରିବାର ତରଫରୁ ମଧ୍ୟ ତାଙ୍କର ପୁତ୍ର ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚକରା ବିଷୋୟୀ କ୍ଳବ୍ ସଭାପତି ଶ୍ରୀ ରଞ୍ଜିତ କୁମାର ପାତ୍ର, ଓ୍ଵାର୍ଡ ସଭ୍ୟ ରାଜେନ୍ଦ୍ର କୁମାର ଲେଙ୍କା ଓ ସୁଧୀର କୁମାର ନାୟକ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ