October 5, 2024

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଗାନ୍ଧୀଙ୍କ ଜୟନ୍ତୀ ପାଳିତ             

Share

 

 

ଛତ୍ରପୁର -୨/୧୦/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଟ୍ରଷ୍ଟ ପକ୍ଷରୁ ଗାନ୍ଧିଜୀଙ୍କ ଜୟନ୍ତୀ ମହାସମାରୋହ ପାଳିତ ହୋଇଯାଇଛି, ଟ୍ରଷ୍ଟ ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ଭିଆଇପି ରୋଡ଼ ଠାରେ ଥିବା ଗାନ୍ଧୀଜି ଙ୍କ ପ୍ରତିମୂର୍ତ୍ତି ରେ ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ,କାଉନସିଲର ସନ୍ତୋଷୀ ସେଠି, ବି. ନିଶ୍ଚଳା, ପ୍ରୀତିଛନ୍ଦା ସାମଲ, କେ. ରମେଶ, ମାମା ସେଠି, ମମତା ପାତ୍ର, ସୁମନ୍ତ ନାହାକ ଓ ଡି ଇନ୍ଦୁ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର କର, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ,ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଟ୍ରଷ୍ଟର ସମ୍ପାଦିକା ଝିଲିବାଳା ରାଉତ, ସହ -ସମ୍ପାଦିକା ଗୀତା ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହିତ ଗାନ୍ଧିଜୀ ଙ୍କ ସ୍ମୃତି ଚାରଣ କରିଥିଲେ