July 1, 2024

ଗାନ୍ଧୀ ଜୟନ୍ତୀ ଅବସରରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ

Share

ଗାନ୍ଧୀ ଜୟନ୍ତୀ ଅବସରରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେରେ ଥିବା ୪ଗୋଟି ସେକ୍ଟର ସ୍ଥିତ ୧୫୩ ଟି ଅଙ୍ଗନବାଡି କେନ୍ଦ୍ରର ମୋଟ ୨ ହଜାର ୫ ଶହ ୨୭ ଜଣ ଶିଶୁ ମାନଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ର ମାନଙ୍କ ରେ ଆଗାମୀ ଶୀତ ଋତୁ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାକ ଶିକ୍ଷା ଗ୍ରହଣ କରୁଥିବା ଛୋଟ ଛୋଟ ଶିଶୁ ଏକକାଳୀନ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାମନାଗୁଡା ସେକ୍ଟରର ସୁପରଭାଇଜର ସୁବୁଦ୍ଧି ଶବର, ପଦ୍ମିନୀ ବଡ଼ କୁମାର, ବିଜୟଲଷ୍ମୀ ପିର୍ବାକା, ଭାଗ୍ୟବତୀ ନାୟକ ଉପସ୍ଥିତ ରହି ଏହି ସୁଇଟର ବଣ୍ଟନ କରିଥିବା ବେଳେ ସିଡିପିଓ ଶାନ୍ତିଲତା ରଥ ତଦାରଖ କରିଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା