April 27, 2026

ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ ମାମଲା କୁ ରଫାଦଫା କରିବା ଅପଚେଷ୍ଟା ହେଲା ବିଫଳ..

IMG-20250902-WA0075
Share

 

କୁଜଙ୍ଗ ୦୨/୦୯ :- ତିର୍ତ୍ତୋଲ ତହସିଲ ଅଧୀନ ମହାନଦୀ ଏବଂ ପାଇକା ନଦୀର ଏକାଧିକ ସ୍ଥାନରେ ବେଆଇନ ଘାଟ ତିଆରି କରି ଦୈନିକ ହଜାର ହଜାର ଟ୍ରିପ ବାଲି ଟ୍ରାକ୍ଟର ଚୋରାଚାଲାଣ ହେଉଛି | ସରକାରୀ ରାଜସ୍ବ କୁ ହରିଲୁଟ କରିବା ସହିତ ତିର୍ତ୍ତୋଲ ଅଞ୍ଚଳରେ ଚୋରା ବାଲି ଚାଲାଣ ସବୁ ସୀମା ପାର କରିସାରିଲାଣି, ଏକାଧିକ ମୁଷ୍ଟିମେୟ ବ୍ୟକ୍ତି ଏହି ଚୋରା ବାଲି ଚାଲାଣରେ ସକ୍ରିୟ ରହିବା ସହିତ ଅବାଧରେ ଏହାକୁ ଏକ ଲାଭଜନକ ବ୍ୟବସାୟ ର ନାଁ ଦେଇସାରିଲେଣି | ଉଭୟ ତିର୍ତ୍ତୋଲ ତହସିଲ ଏବଂ ଜିଲ୍ଲା ମାଇନିଂ ବିଭାଗର ଅପାରଗତା ଏହି ଚୋରା ବାଲିଚାଲାଣ କୁ ବହୁ ମାତ୍ରାରେ ଅଭୟବର ପ୍ରଦାନ କରିଛି | ବିପୁଳ ପରିମାଣ ର ରାଜସ୍ବହାନି କରିବା ସହିତ ଉଭୟ ବିଭାଗର ଅଧିକାରୀ ମାନେ ନିଜ ନିଜ ପକେଟ ଗରମ କରି ଚୁପ ବସୁଥିବା ବେଳେ ବର୍ତ୍ତମାନ କିଛି ମାତ୍ରାରେ ଏହି ଚୋରା ଚାଲାଣ ଉପରେ ରୋକ ଲଗାଇଛି ତିର୍ତ୍ତୋଲ ପୋଲିସ, ବାରମ୍ବାର ଚଢ଼ାଉ ଫଳରେ ବାଲି ମାଫିଆ ମାନେ ଭୟଭୀତ ଅବସ୍ଥାରେ | ଗତ ସୋମବାର (ସେପ୍ଟେମ୍ବର ଏକ ତାରିଖ)ରେ ତିର୍ତ୍ତୋଲ ପୋଲିସ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି | ସୂଚନା ଅନୁଯାଇ ଟ୍ରାକ୍ଟର ଦୁଇଟି ଗୋପାଳପୁର(ଶଙ୍ଖେଶ୍ୱର) ଅଞ୍ଚଳର ହୋଇଥିବା ବେଳେ ବିଜେଡି ଦଳର କିଛି ତୁଙ୍ଗ ନେତା ଙ୍କ ଛତ୍ରଛାୟା ରେ ଏହି ଚୋରା ବ୍ୟବସାୟ ଚଳାଇଥିଲେ | ତିର୍ତ୍ତୋଲ ଥାନାଅଧିକାରୀ ଏହି ଟ୍ରାକ୍ଟର ଦୁଇଟି କୁ ଜବତ କରିବା ପରେ ଏକାଧିକ ବିଜେପି କର୍ମୀ ଥାନାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଡେରା ପକେଇଥିଲେ ଗାଡି ଦୁଇଟି କୁ ମୁକୁଳେଇବା ପାଇଁ | ବିଜେଡି ଦଳର କିଛି ଛାମୁଆଁ ପଞ୍ଚାୟତ ସ୍ଥରୀୟ ନେତା ତଥା ଚୋରା ବାଲି ମାଫିଆ ମାନଙ୍କ ଚାପ ହ୍ରାସ କରିବା ପାଇଁ ନୂଆ ନୂଆ ରାଜନୀତି କରୁଥିବା ପଡୋଶୀ ପଞ୍ଚାୟତ ର କିଛି ବିଜେପି କର୍ମୀ ସେମାନଙ୍କ ଛଦ୍ମବେଶୀ ବନ୍ଧୁ ସାଜି ଥାନା ପରିସରକୁ ଲୋକାରଣ୍ୟ କରିରଖିଥିଲେ | ଦୁଃଖର ବିଷୟ ଉଭୟ ଶାସକ ଏବଂ ବିରୋଧୀ ଙ୍କ ମିଳିତ ପ୍ରଚେଷ୍ଟା ରେ କେସ୍ କୁ ରଫାଦଫା କରିବା ସମ୍ଭବ ହୋଇନଥିଲା | ତିର୍ତ୍ତୋଲ ଥାନା ପକ୍ଷରୁ ପି.ଏସ୍ କେସ୍ ନଂ ୪୫୭/୨୦୨୫ ରୁଜୁ କରାଯିବା ସହିତ ଟ୍ରାକ୍ଟର ଦୁଇଟି କୁ ଜବତ କରାଯାଇଛି | ଆଗାମୀ ଦିନରେ ଏହିଭଳି ଚଢ଼ାଉ ଜାରି ରଖିଲେ ରାଜ୍ୟର ରାଜସ୍ବ ହାନି ସହିତ ଚୋରବାଲି ଚାଲାଣ କୁ କିଛି ମାତ୍ରାରେ ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଶା ରଖିଛନ୍ତି |