March 10, 2026

ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘର ସ୍ଵତନ୍ତ୍ର ଅଧିବେଶନ

IMG-20250902-WA0058
Share

 

 

 

 

ବେଲଗୁଣ୍ଠା ,୦୨/୦୯,ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ନିକଟସ୍ଥ ଐତିହାସିକ ସ୍ଥାନ ମାଳତୀ ଗ୍ରାମରେ ଅବସ୍ଥିତ ସୋମବଂଶୀ ରାଜାଙ୍କ ଆରାଧ୍ୟା ଦେବୀ ମାଆ ରତନେଇଙ୍କ ପୀଠରେ କବିସୂର୍ଯ୍ୟନଗର ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘରଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ସଂଗଠନର ସଭାପତି ପୀତବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସଂଘ ତରଫରୁ ଥିବା ବିଭିନ୍ନ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା I ବିଶେଷ କରି ରାଜ୍ୟ ସରକାରଙ୍କ କୁଟୁମ୍ୱ ଯୋଜନାରେ ସଂଗଠନର ସଦସ୍ୟକୁ ସାମିଲ୍ କରିବା,ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ୫℅ ସିଟ୍ ସଂରକ୍ଷଣ ଏବଂ ଓଡ଼ିଶା ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କ ପାଇଁ ୫℅ ଆସନ ସଂରକ୍ଷଣ,ବନ୍ଦ ହୋଇଯାଇଥିବା ରେଳୱେ ପାସ୍ ପୁନଃ ପ୍ରଚଳନ ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହା ସହିତ ଅନୁଷ୍ଠାନର ସଭ୍ୟ ଶିବରାମ ସାହୁ ଦୀର୍ଘଦିନ ହେବ ଓଡ଼ିଶା ବାହାରେ ରହୀ ସଂଘର ବୈଠକ ଗୁଡିକରେ ଅନୁପସ୍ଥିତ ରହୁଥୁବାରୁ ଗୁରୁଦେବ ପ୍ରଧାନଙ୍କୁ ସଂଘର ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା I ଏହି ସ୍ଵତନ୍ତ୍ର ଅଧିବେଶନ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଟ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ତୋଫାନ କୁମାର ସହୁ, ପଞ୍ଚାନନ ସାହୁ, ପଞ୍ଚାନନ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ ପ୍ରମୁଖ ଯୋଗଦେଇ ସଂଗଠନର ଦାବୀ ଗୁଡ଼ିକୁ ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିବା ସହିତ ସଂଗଠନର ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଗଣମାଧ୍ୟମ ସର୍ବଦା ପ୍ରୟାସ କରିବ ବୋଲି ପ୍ରକାଶ କରିଥିଲେ I ବୈଠକରେ ସଂଗଠନର ଉପସଭାପତି ବଂଶୀଧର ଗୌଡ଼, ସମ୍ପାଦକ ରାମ ବଲ୍ଲଭ ବେହେରା, ସହ ସମ୍ପାଦକ ମୋଚୀରାମ ବେହେରା, କୋଷାଧ୍ୟକ୍ଷ କେଦାରଶ୍ୱର୍ ପରିଡ଼ା ,ସଭ୍ୟ ସାଗର ପ୍ରଧାନ, ପ୍ରଭାସିନୀ ମହାରଣା, ଗୁରୁଦେବ ପ୍ରଧାନ,ବିପ୍ରଚରଣ ସାହୁ, ସୁରେନ୍ଦ୍ର ବେହେରା, ମୋଚିରାମ ନାୟକ,ବିଜୟ କୁମାର ଦାସ, କୈବଲ୍ୟ ନାୟକ,ସନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ