March 10, 2026

କୁନ୍ତଳା ମହାରଥା ମେଧା ସମ୍ମାନ ପାଇଲେ ୫ ଛାତ୍ରଛାତ୍ରୀ…

IMG-20250902-WA0015
Share

 

ବାଲେଶ୍ବର ( ଦେବାଶିଷ ଦାଶ ) ଚଳିତ ବର୍ଷ ମେଟ୍ରିକ A1ଛାତ୍ରଛାତ୍ରୀଙ୍କୁ ମିଳିଛି କୁନ୍ତଳା ମହାରଥା ମେଧା ସମ୍ମାନ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳାଶପୁର ହାଇସ୍କୁଲର ଛାତ୍ରୀ ହରପ୍ରିୟା ରାଉଳ(୫୬୦), ଝୁମା ସାହୁ(୫୫୭), ଶୁଭସ୍ମିତା ବେହେରା(୫୫୩), ଚିନ୍ମୟୀ ବାରିକ(୫୩୬) ଓ ଛାତ୍ର ରାଜକିଶୋର ଦାଶ(୪୯୩) A1ପାଇ ସ୍କୁଲର ଗୌରବ ବୃଦ୍ଧି କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ କୁନ୍ତଳା କୁମାରୀ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅନନ୍ତ ପ୍ରସାଦ ବାରିକ, ମୁଖ୍ୟବକ୍ତା ଭାବେ କବି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଦାମ ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ଜୀବ ବିଜ୍ଞାନ ଗବେଷିକା କୃତିଦିପା ରାଉତ, ମନ୍ମଥ ସାମଲ ଓ କୁନ୍ତଳା ମହାରଥା ମେଧା ସମ୍ମାନ ପରିଚାଳିକା କୁନ୍ତଳା ମହାରଥା ମଞ୍ଚାସୀନ ହୋଇ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାରତୀ ଲତା ସାମଲ, ବର୍ଷାରାଣୀ ଦାଶ, ଭାଗ୍ୟଲକ୍ଷ୍ମୀ ବଳ, ପାର୍ବତୀ ବେହେରା, ପରେଶ କୁମାର ରାଉତ, ମଧୁସୂଦନ ବେହେରା, ଅରୁଣ କୁମାର ସେଣ, ପ୍ରଦୀପ କୁମାର ବେହେରା, ସନାତନ ମହାକୁଡ଼, ମଧୁସୂଦନ ସାହୁ, ଜୟକୃଷ୍ଣ ଶଙ୍ଖୁଆ ଓ କରୁଣାକର ସିଂ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀକା ତଥା ସାମ୍ବାଦିକା କୁଞ୍ଜଲତା ମାହୁଁନ୍ତ।।