March 12, 2026

ପଞ୍ଚାୟତ ସମିତି ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଉତ୍ସବ ..

IMG-20240902-WA0046
Share

ଗାଇସିଲେଟ: (ଜୟନ୍ତ କୁମାର ସେଠ) ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ପଦମପୁର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ ପଟେଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖଡ଼ିଆଲ ଅଟୋନମସ ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁଶ୍ରୀ ଗିତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇ ଏଭଳି ଏକ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିବା ବ୍ୟକ୍ତି ବିଶେଷଙ୍କ ଗଠନ ମୂଳକ ଚିନ୍ତାଧାରା ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ସାଧନା ଓ ସଫଳତା ହିଁ,ଆଜି ସଂପୃକ୍ତ ଅନୁଷ୍ଠାନକୁ ଚାରି ଦଶନ୍ଧିରେ ପହଞ୍ଚାଇ ପାରିଛି ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ପ୍ରାଣପ୍ରତିଷ୍ଠାତା ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଯୋଷୀ,ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗଣେଶ ପ୍ରସାଦ ଦାଶ,ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ତ୍ରିବେଦୀ,ଭୂମିଦାତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ ସୁନିଲ କୁମାର ପଣ୍ଡା,ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ନୀଳମଣି ବରିହା,ଉପଦେଷ୍ଟା ଶ୍ରୀଯୁକ୍ତ ମଦନ ଦୀପ,ସରପଞ୍ଚ ଶ୍ରୀଯୁକ୍ତ ଶରତ ଚନ୍ଦ୍ର କାଲୋ,ସମାଜ ସେବୀ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା, ଯୋଗ ଦେଇ ଶିକ୍ଷାନୁଷ୍ଠାନ ବହୁ ଘାତପ୍ରତିଘାତ ମଧ୍ୟରେ ୪୦ ବର୍ଷ ଅତିକ୍ରମ କରିସାରିଛି। ଏଠାରୁ ବହୁ କୃତୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମ ଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସଂଘମିତ୍ରା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।