September 21, 2024

ଇକେୱାଇସି ପ୍ରକ୍ରିୟା ରେ ରାଶନ କାର୍ଡ ଧାରୀଙ୍କ ପଞ୍ଜିକରଣ କୁ ବାତିଲ ପାଇଁ ଜନ ଜାଗରଣ ମଞ୍ଚ ର ଦାବି 

Share

 

ରାୟଗଡା : ଇକେୱାଇସି ପ୍ରକ୍ରିୟା ରେ ରାଶନ କାର୍ଡ ଧାରୀଙ୍କ ପଞ୍ଜିକରଣ କୁ ବାତିଲ ପାଇଁ ଜଣ ଜାଗରଣ ମଞ୍ଚ ରାୟଗଡା ଶାଖା ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାର ଙ୍କୁ ଆଜି ରାୟଗଡା ଜ଼ିଲ୍ଲାପାଳ ଙ୍କ ଜରିଆରେ ଜ଼ିଲ୍ଲାପାଳ ଙ୍କ ଜଣାଶୁଣାଣି ଅଭିଯୋଗରେ ମଞ୍ଚର କାର୍ଯ୍ୟକର୍ତ୍ତା ସୁଧୀର ଗମାଙ୍ଗ, କୁଶ ପ୍ରଧାନୀ ବିଜୟ ଲକ୍ଷ୍ମୀ ଶବର, ଦିବାକର ଶବର ଦାବି ପତ୍ର ପ୍ରଦାନ କରିଛନ୍ତି ଓ ସେମାନେ କହିଛନ୍ତି ଜେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ରାଶନ କାର୍ଡ ଥିବା ଓ ଜାତୀୟ ଓ ରାଜ୍ୟ ସୁରକ୍ଷା ଆଇନ ଅଧୀନରେ ଖାଦ୍ୟସଶ୍ୟ ପାଉଥିବା ସମସ୍ତ ଲୋକଙ୍କ ଇକେୱାଇସି ଆସନ୍ତା 25/09/2024 ସୁଦ୍ଧା ଯାଞ୍ଚ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସମସ୍ତ ରାଶନ କାର୍ଡ ଧରିଙ୍କୁ ଚିନ୍ତା ତେ ପକାଇଛି l ପୁରା ପରିବାର ର ଇକେୱାଇସି ନ ହୋଇପାରିଲେ ରା ଶନ କାର୍ଡ ବାତିଲ ହୋଇଯିବ ସହିତ ରାଶନ ପାଇବା ରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି l ସେମାନେ ଦାବି ପତ୍ର ରେ ଉଲେଖ କରିଛନ୍ତି ଜେ ଇକେୱାଇସି ପ୍ରକ୍ରିୟା ରେ ରାଶନ କାର୍ଡ ଧାରୀଙ୍କ ପଞ୍ଜିକରଣ କୁ ସମ୍ପୂର୍ଣ ବାତିଲ କରାଯାଉ l ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ରୁ ବାଦ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ରାଶନ କାର୍ଡ ପ୍ରଦାନ କରାଯାଉ l ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କୁ କାର୍ଯ୍ୟ୍ଯ୍ୟକାରୀ କରାଯାଇ ଇ ଶ୍ରମ କାର୍ଡ ଥିବା ବ୍ୟକ୍ତି ଙ୍କୁ ରାଶନ କାର୍ଡ ତୁରନ୍ତ ପ୍ରଦାନ ପାଇଁ ଜନ ଜାଗରଣ ମଞ୍ଚ ରାୟଗଡା ଦାବିପତ୍ର ରେ ଉଲେଖ କରିଛି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ