ସଂଗ୍ରାମୀ ଭାଗିରଥୀ ମହାପାତ୍ର ଙ୍କ ୫୦ ତମ ଶ୍ରାଦ୍ଧୋତ୍ସବ ପାଳିତ
ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ବିଶିଷ୍ଟ ସ୍ଵାଧୀନତାସଂଗ୍ରାମୀ ସ୍ବର୍ଗତ ଭାଗି ରଥୀ ମହାପାତ୍ର ଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ,ଜଗତସିଂହପୁର ସାରସ୍ଵତ ପରିଷଦ ଆନୁକୁଲ୍ୟରେ ପାଳିତ ହୋଇ ଯାଇଛି। ପାରିଷଦର ସଭାପତି ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି କହିଲେ ଯେ, ସ୍ବର୍ଗତ ଭାଗିରଥି ମହାପାତ୍ର ଆଜି ନାହାନ୍ତି ସତ ମାତ୍ର ତାଙ୍କର ଜୀବନl ଦର୍ଷ ଏ ଜାତି ପାଇଁ ଓ ବିଶେଷ କଥା ଯୁବପୀଢ଼ି ପାଇଁ ପ୍ରେରଣା ର ଉତ୍ସ ହୋଇ ରହିଥିବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ରାଜେଶ ସେଠୀ କହିଥିଲେ ଯେ ଯୋଗଜନ୍ମl ଭାଗିରଥି ମହାପାତ୍ର ଙ୍କ ତ୍ୟାଗ, ଆଦର୍ଶ ଓ ସେବା କୁ ଆମେ କଦାପି ଭୁଲିପରିବା ନାହିଁ। ସ୍ଵାଧୀନତାସଂଗ୍ରାମ ର ମୁକ୍ତିତୀର୍ଥ ଅଳକା ଆଶ୍ରମ ର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ମୁଖ୍ୟବକ୍ତା ଭାବେ ଅଭିଭାବକ ଅଭୟ ସ୍ୱାଇଁ, ଆଲୋଚନାର ଅଂଶ ଗ୍ରହଣ କରି , ସ୍ୱର୍ଗତ ମହାପାତ୍ର ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ସମ୍ପାଦକ ଭାବେ ନିଜର କାର୍ଯ୍ୟଦକ୍ଷତା ଯୋଗୁଁ ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିବା ବେଳେ ତତ୍କାଳୀନ ଇଂଗ୍ରେଜ ସରକାର ଙ୍କ ଦ୍ଵାରା ବହୁବାର କାରାବରଣ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ବିକ୍ରମ କୁମାର ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷକ ପ୍ରଭାତ ସ୍ଵାଇଁ, ଶିକ୍ଷୟତ୍ରୀ ସୁଦେଶ୍ନା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ, ସୋନାଲି ମହାରଣା ପ୍ରାମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରିଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
