March 12, 2026

ଗାରାବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

IMG-20250802-WA0053
Share

 

 

ପାରଳାଖେମୁଣ୍ଡି:୨/୮(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ସ୍ଥିତ ସରକାରୀ ଶ୍ରୀ ଭେଙ୍କଟେଶ୍ବର ହାଇସ୍କୁଲର ପ୍ରଧାନଶିକ୍ଷକ ବି.ତିରୁମଲା ରାଓ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ହୋଇଥିଲା । ଏଥିରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ, ଜିଲ୍ଲା କ୍ରୀଡା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ପାତ୍ର, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଧୀନ କୁମାର ପରିଡା, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସବାପତି ପ୍ରସାଦ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଞ୍ଚଳବାସୀ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରି ବିଦାୟ ଦେଇଥିଲେ । ଏହି ଅବସରରେ ବିଶେଷ କରି ଛାତ୍ରଛାତ୍ରୀମାନେ ଭାବବିହ୍ହଳ ହୋଇପଡିଥିଲେ । ସେହିପରି ଯୋଗଦେଇଥିବା ବିଶିଷ୍ଠ ବ୍ୟକ୍ତିବିଶେଷ ମାନେ ଶ୍ରୀ ପଟ୍ଟନାୟକ ଶିକ୍ଷାଦାନ ଏବଂ ବିକାଶ ଲାଗି ଯେଉଁ ଉଦ୍ୟମ କରିଛନ୍ତି ତାହା ଚୀରସ୍ମରଣୀୟ ହୋଇ ରହିବ ବୋଲି କହିବା ସହ 50 ବର୍ଷ ହେଲା ଏହି ବିଦ୍ୟାଳୟ ସହ ସମ୍ପୃକ୍ତ ଥିବା ତଥା ଛାତ୍ରଜୀବନ ଠାରୁ ଆରମ୍ଭ କରି ଶିକ୍ଷକତା ଓ ପ୍ରଧାନଶିକ୍ଷକ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଶିକ୍ଷାର ବିକାଶ ସହ କ୍ରୀଡାର ବିକାଶ ବିଶେଷ କରି ଖୋଖୋ କ୍ରୀଡାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ର କହିଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀ ପଟ୍ଟନାୟକ ଯେଉଁ ଭଳି ମାର୍ଗଦର୍ଶନ କରାଉଥିଲେ ତାହା ସଦାସର୍ବଦା ମନେ ରହିଥିବ ଏବଂ ଅବସର ପରେ ମଧ୍ୟ ଆମ୍ଭଙ୍କୁ ଉପଦେଶ ଦେବେ ବୋଲି ଅନୁରୋଧ କରିଥିଲେ । ଏପରି ସମସ୍ତଙ୍କ ବକ୍ତବ୍ୟ ଶୁଣି ଅବସର ନେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଭାବବିହ୍ହଳ ହୋଇପଡି କହିଥିଲେ ଯେ ସଦାସର୍ବଦା ଆପଣଙ୍କ ସ୍ନେହ ଆଦର ଓ ଆଶିର୍ବାଦ ସ୍ମରଣୀୟ ହୋଇ ରହିବ । ଆଗକୁ ମଧ୍ୟ ଶିକ୍ଷାର ବିକାଶ ଓ ଏହି ବିଦ୍ୟାଳୟର ଉନ୍ନତି ପାଇଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ।