ଯୁଗେ ଯୁଗେ ବାତ୍ସଲ୍ୟ ମମତାର ଜୟ ହୋଇଛି
ଯୁଗେ ଯୁଗେ ବାତ୍ସଲ୍ୟ ମମତାର ଜୟ ହୋଇଛି। ଯୁଗେ ଯୁଗେ ଯଶୋଦା ମାଆର ବାତ୍ସଲ୍ୟ ପ୍ରେମରେ ଶ୍ରୀକୃଷ୍ଣମାନେ ପାଗଳ ହୋଇଯାଆନ୍ତି। ସେଇଥିପାଇଁ ତ ,ପ୍ରଭାସ ଯଜ୍ଞରେ ଜନ୍ମଦାତ୍ରୀ କୁ ଛାଡି, କୃଷ୍ଣ ଦୌଡିଥିଲେ ଯଶୋଦାଙ୍କ ନିକଟକୁ। ଏପରି ଏକ ସୁନ୍ଦର ପୌରାଣିକ କଥାବସ୍ତୁକୁ ନେଇ “ଦିନ ବିଲିଭରସ୍, ରାଉରକେଲା ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଶ୍ରୀଜଗନ୍ନାଥାୟନ ର ନାଟକ ପ୍ରଭାସ ଯଜ୍ଞ।ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଓ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ର ମିଳିତ ଆନୁକୁଲ୍ୟରେ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ “ଏ” ଗ୍ରୁପ୍ ର ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ୱର ର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ସାମଲଙ୍କ ଭକ୍ତି ସଂଗୀତ ପରିବେଷଣ ପରେ ନାଟକ ପ୍ରଭାସ ଯଜ୍ଞ ସଫଳତା ର ସହ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ପ୍ରବୀର୍ କୁମାର ଜେନା ନିର୍ଦ୍ଦେଶନା ଦେଇଥିବା ବେଳେ ଚିନ୍ମୟ ତ୍ରିପାଠୀ,ରଜତ ମହାପାତ୍ର, ପ୍ରତ୍ୟୁଷ ପାଢ଼ୀ,ମନୋଜ ନାୟକ, ଅଭିଳାଷ ସାହୁ,ସୁଲିପ୍ତା ଜେନା ଓ ମଧୁସ୍ମିତା ବାରିକ୍ ପ୍ରମୁଖ ଅଭିନୟ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦଘାଟନ କରିଥିବା ବେଳେ ସଂଗୀତ ଏକାଡେମୀ ସଦସ୍ୟ ଵଦ୍ରି ମିଶ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ,ପ୍ରସନ୍ନ ମିଶ୍ର, ଚକ୍ରଧର ମହାପାତ୍ର, ପ୍ରଦ୍ୟୁମ୍ନ ମିଶ୍ର, ଆର୍ତ୍ତତ୍ରାଣ ଶତପଥୀ, ଦୟାନିଧି ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗୋବିନ୍ଦ ମହାନ୍ତି ଓ ବିକ୍ରମ ସାହୁ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ