March 7, 2026

ସମ୍ବିଧାନର ମୌଳିକ ଅଧିକାର ପାଇଁ ଗଜପତିରେ ଗର୍ଜିଲେ ଆଦିବାସୀ ଓ ଦଳିତ….. ୭ ଘଣ୍ଟା ଜାତୀୟ ରାଜପଥ ଅବରୋଧ

IMG-20250702-WA0017
Share

 

ପାରଳାଖେମୁଣ୍ଡି:୨/୭(ଗରୁଡ ଧ୍ଵଜ ଚୌ)ସମ୍ବିଧାନର ମୌଳିକ ଅଧିକାର ପାଇଁ ଗଜପତିରେ ରାଜରାସ୍ତାକୁ ଆସି ଗର୍ଜିଲେ ଆଦିବାସୀ ଓ ଦଳିତ ସମାଜ. ସେମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ୭ ଘଣ୍ଟା ଜାତୀୟ ରାଜପଥ ଅବରୋଧ ହୋଇଛି. ଗଜପତି ଜିଲ୍ଲାର ମୋହନାରେ ବନ୍ଦ ପାଳନ କରାଯାଇଛି। ମୋହନାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡ଼ି) ଛକଠାରେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା,ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚା,ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା,ରାଷ୍ଟ୍ରିୟ ମୁସଲିମ ମୋର୍ଚ୍ଚା,ରାଷ୍ଟ୍ରିୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ଡାକରାରେ ଗଜପତି ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଜାତୀୟ ରାଜପଥ ୩୨୬କୁ ସାଢ଼େ ସାତ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ସେମାନଙ୍କର ଦାବି ମୁତାବକ ଇଭିଏମ ବନ୍ଦ କରି ବାଲାଟ ପେପର ମାଧ୍ୟମରେ ଭୋଟ ଦେବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସିମାନଙ୍କର ଜାତିଭିର୍ତ୍ତିକ ଗଣନକୁ ବନ୍ଦ କରିବା, ଆରଏସଏସ ଓ ବିଜେପି ଦ୍ଵାରା ମୁଳ ନିବାସୀ ବହୁଜନ ମହାପୁରୁଷମାନଙ୍କୁ ଅପମାନିତ କରାଯିବା, ବୌଦ୍ଧ ଗୟା ମନ୍ଦିର ଆକ୍ଟ ୧୯୪୯ ବିରୋଧରେ ଓ ଅସାମ୍ବିଧାନିକ୍ୱା ୱାକଫ୍ ସଂଶୋଧନ ବିଧେୟକ ୨୦୨୫କୁ ବିରୋଧ କରି ହାଇସ୍କୁଲ ଛକଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି

ମୋହନା-ବ୍ରହ୍ମପୁର-ରାୟଗଡ଼ା-ପାରଳାଖେମୁଣ୍ଡି ଜାତୀୟ ରାଜପଥ ୩୨୬ ଓ ରାଜ୍ୟ ରାଜପଥ ସୋରଡା ଯିବା ରାସ୍ତାକୁ ଘେରାବନ୍ଦି କରି ସାଢ଼େ ସାତ ଘଣ୍ଟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ।ରାସ୍ତାରୋକ ଫଳରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଥିବା ଶହ ଶହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଦୂର ଦୂରାନ୍ତର ଯିବାକୁ ଥିବା ଯାତ୍ରୀମାନେ ଆଜିର ବନ୍ଦ ସଂପର୍କରେ କିଛି ଜାଣିନଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ। ଆଜିର ଏହି ରାସ୍ତାରୋକ ବନ୍ଦ ଡାକରାରେ ବିଭିନ୍ନ ସଂଗଠନର ଆବ୍ରାହାମ ଗମାଙ୍ଗ, ଦେବାନନ୍ଦ ନାୟକ, ପ୍ରମୋଦ ନାୟକ,ହାଡ଼ିବନ୍ଧୁ ନାୟକ, ସାଗର ବଳିଆର ସିଂ, ପ୍ରଫୁଲ୍ଲ ପରିଚ୍ଛା, ସୁଶାନ୍ତ ନାୟକ, ପାଶକାଲ ବେହେରା, ରାଜୀବ ନାୟକ, ଫେଲିସ ନାୟକ, ଲରେନସ ନାୟକ,ରମାକାନ୍ତ ନାୟକଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।