March 7, 2026

ଗଜପତିରେ ଡାକସେବା ବିପଯ୍ୟସ୍ତ……. ୧୮ ଦିନ ବିତିଲାଣି, ତଥାପି ୬କିମି ଦୂରରେ ଥିବା ଗ୍ରାମରେ ପାର୍ସଲ ପହଞ୍ଚି ପାରିଲାନି 

IMG-20250702-WA0018
Share

 

 

ପାରଳାଖେମୁଣ୍ଡି:୨/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଡାକସେବା ବିପଯ୍ୟସ୍ତ ଅବସ୍ଥାରେ ରହିଛି. ବହୁ ବିଳମ୍ବରେ ଡାକସେବା ଜନସାଧାରଣଙ୍କ ଠାରେ ପହଞ୍ଚୁଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଜୁନ୍ ମାସ ୨ ତାରିଖରେ ଆବେଦନ ହୋଇଥିଲା ପାନକାର୍ଡ଼ ୧୦ ତାରିଖରେ ମୁମ୍ବାଇରୁ ବାହାରିଥିବା ଡାକ ରା.ଉଦୟଗିରିରେ ୧୪ ତାରିଖରେ ପହଞ୍ଚି ଥିଲା. ସେହିଦିନ ହିଁ ଶାଖା ଡାକଘର ବେତରସିଂକୁ ପଠାଇ ଦିଆଗଲା | ମାତ୍ର ୬ କିମି ଦୂରରେ ରହିଥିବା ଗ୍ରାମକୁ ଡାକ ପହଞ୍ଚିବା ପାଇଁ ବର୍ତ୍ତମାନ ବିତିଗଲାଣି ୧୮ଦିନ. ଅନ୍‌ଲାଇନରେ ତଥ୍ୟ ଅପଡେଟ୍ ହଇନି କି ପାନକାର୍ଡ଼ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିନି। ଏଭଳି ଅଭିଯୋଗ ଆଣିଛନ୍ତି ଗଜପତି ଜିଲ୍ଲାର ବେତରସିଂ ଗ୍ରାମର ପାନକାର୍ଡ ଆଶାୟୀ ବ୍ରହ୍ମାନନ୍ଦ କାର୍ଜୀଙ୍କ ବାପା ଗୁମୁସ୍ତା କାର୍ଜୀ। ବେତରସିଂ ଗ୍ରାମରୁ ସୁବଲଡ଼ା ଗ୍ରାମର ଦୂରତା ମାତ୍ର ୬ କିମି. । ଯୋଗା ଯୋଗ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମାରେ ମୋବାଇଲ୍ ଟାୱାର୍ ସ୍ଥାପନ ହୋଇସାରିଛି. ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ବିନା ପାନ୍ କାର୍ଡରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇପାରୁନି। ଫଳରେ, ଷ୍ଟାଇପେଣ୍ଡ ମଧ୍ୟ ଆବେଦନ ହୋଇପାରୁନାହିଁ. ଡାକ ବିଭାଗ କର୍ମଚାରୀଙ୍କ ଏଭଳି ଅବହେଳାକୁ ନେଇ ସମଗ୍ର ଗଜପତି ଜିଲ୍ଲାରେ ଅସନ୍ତୋଷ ପାଇଛି।