March 8, 2026

ଅସ୍ତରଙ୍ଗ ରେ ବିଦ୍ୟୁତ ବିଭ୍ରାଟ ଘଟଣା, ଆରମ୍ଭ ହେଲା

IMG-20230702-WA0043
Share

ଅସ୍ତରଙ୍ଗ ରେ ବିଦ୍ୟୁତ ବିଭ୍ରାଟ ଘଟଣା, ଆରମ୍ଭ ହେଲା ,ବାଙ୍ଗୁରୀଗାଁ ଗ୍ରୀଡ଼ ରୁ ୩୩ କେଭି ଲାଇନ ସଂଯୋଗ ପ୍ରକ୍ରିୟା

ଅସ୍ତରଙ୍ଗ2/7 ,ଅସ୍ତରଙ୍ଗ ଅଞ୍ଚଳରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣା କୁ ଦ୍ବିଗୁଣିତ କରୁଛି କାକଟପୁର ବିଦ୍ୟୁତ ଉପଖଣ୍ଡର ୩୩ କେଭି ଲାଇନ । ବାରମ୍ବାର ବ୍ରେଗ ଡାଉନ ହେବା ଏବଂ ୨୩୦ ଭୋଲ୍ଟ ଜାଗାରେ ୧୨୦ ଭୋଲ୍ଟ ପାଇବା ,ଯାହାକି ବିଦୁତ ଉପଭୋକ୍ତା ଙ୍କ ଦୁଃଖ କୁ କରିଛି ଦି ଗୁଣିତ୍ | ମାତ୍ର ଏହି ଅଂଚଳରେ ଏ ପର୍ଯ୍ୟନ୍ତ ୩୩ କେଭି ଲାଇନର ଭିତ୍ତିଭୂମି ର ବିକାଶ ହୋଇପାରି ନାହିଁ । ଆକାଶରେ ଟିକେ ପବନ, ବର୍ଷା କିମ୍ୱା ବିଜୁଳି ଦେଖିଲେ ୩୩ କେଭି ଲାଇନ ଦିନ ଦିନ ଧରି ବନ୍ଦ ହୋଇଯାଉଛି । ସେହି ସମସ୍ୟା କୁ ହୃଦୟଙ୍ଗମ କରି ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ୱାଧୀନ କୁମାର ନାୟକ ,ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଉଦ୍ୟମ ରେ, ଅସ୍ତରଙ୍ଗ ଠାରୁ ୧୦ କିମି ଦୂର ବାଙ୍ଗୁରିଗାଁ ଠାରେ ଥିବା ନୂତନ ଗ୍ରୀଡ଼ରୁ ୩୩ କେଭି ଲାଇନ ଅସ୍ତରଙ୍ଗ ଭଣ୍ଡର ପଦା ଠାରେ ଥିବା ଷ୍ଟ୍ରକଚର ସହିତ ସଂଯୋଗ କରିବା ପାଇଁ ଶକ୍ତି ମନ୍ତ୍ରୀ ଏବଂ ବିଦ୍ୟୁତ ବିଭାଗ ଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ଉଭୟ ନେତା।ବିଭାଗୀୟ ପଦାଧିକାରୀ, ଲିଖିତ ଚିଠି କୁ ଗ୍ରହଣ କରି ଅଣ୍ଡର ସେକ୍ରେଟାରୀ ବେଣୁଧର ମଲ୍ଲିକ ୧୭ଜୁନ ରେ ଚିଠି ନଂ ୬୩୬୭ ରେ ସିଇଓ ଟିପିସିଓଡ଼ିଏଲ , କୁ ଅବଗତ କରାଇଥିଲେ । ସମସ୍ୟା ସମ୍ବନ୍ଧରେ ବିଭାଗୀୟ ଅଧକାରୀ ଅବଗତ ପରେ, ଉକ୍ତ ଏରିଆ କୁ ଆସି, ଅନୁଧ୍ୟାନ କରି ବାଙ୍ଗୁରୀଗାଁ ରୁ ପୋଟଳ ଛକ, କଣମଣ, ଦେଇ ଭଣ୍ଡରପଦା ପର୍ଯ୍ୟନ୍ତ ୩୩ କେଭି ଲାଇନ ସଂଯୋଗ ନିମନ୍ତେ ଏକ କୋଟି ସତର ଲକ୍ଷ୍ୟ ଟଙ୍କା ର ଏସ୍ଟିମେଟ ସହିତ ଟେଣ୍ଡର ପ୍ରକ୍ରିୟା ଜାରିରଖିଛନ୍ତି | ଏହି ବିଦ୍ୟୁତ ସଂଯୋଗ ଶେଷ ହେଲେ, ଦୀର୍ଘ ଦିନ ଧରି ଅସ୍ତରଙ୍ଗ ଅଞ୍ଚଳ ବାସୀ ଭୋଗୁଥିବା ବିଦ୍ୟୁତ ସମସ୍ୟା,ର ସମାଧାନ ହୋଇ ପାରିବ ବୋଲି, ବିଦୁତ ବିଭାଗ ର ଜୈନିକ କର୍ମଚାରୀ ପ୍ରକାଶ କରିଛନ୍ତି ।
ଦୁଃଶାସନ ନାୟକ,ଅସ୍ତରଙ୍ଗ