March 11, 2026

ଗୋପାଳ ଚନ୍ଦ୍ର ଶତପଥୀଙ୍କୁ* *ପ୍ରକୃତିମିତ୍ର* *_ପୁରସ୍କାର* *ପ୍ରଦାନ

IMG-20230702-WA0008
Share

*ଗୋପାଳ ଚନ୍ଦ୍ର ଶତପଥୀଙ୍କୁ* *ପ୍ରକୃତିମିତ୍ର* *_ପୁରସ୍କାର* *ପ୍ରଦାନ*

ପାରଳାଖେମୁଣ୍ଡି:୧/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବନବିଭାଗ ଗଜପତି ଆନୁକୁଲ୍ୟରେ ବରିଷ୍ଟ ନାଗରିକ ତଥା ବର୍ଷୀୟାନ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ଶତପଥୀ ଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିବା ସହ ଜିଲ୍ଲା ବନାଞ୍ଚଳ ଅଧିକାରୀ ଏସ୍.ଆନନ୍ଦ ପ୍ରମାଣପତ୍ର ସମେତ ଦଶହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ବୃକ୍ଷ ରୋପଣ,ପରିବେଶ ସମ୍ପର୍କିତ ପୁସ୍ତକ ପ୍ରକାଶନ ଏବଂ ଜନ ସଚେନତା କାର୍ଯ୍ୟକ୍ରମ ପାଇଁ ଏହି ସମ୍ମାନ ସେ ପାଇଛନ୍ତି।ଏହି ସମ୍ବାଦ ପାଇଲାପରେ ଶ୍ରୀ ଶତପଥୀ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।