September 21, 2024

ବିନା ଡ଼ାକ୍ତରରେ ଚାଲିଛି ପାରଳାଖେମୁଣ୍ଡି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର।

Share

ପାରଳାଖେମୁଣ୍ଡି:୨/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ଭଣ୍ଡାରି ସ୍ତିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘ ଏକ ସପ୍ତାହ ହେବ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସେବାରୁ ରୁ ରୋଗୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ଗତ ଶୁକ୍ରବାର ଦିନ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବା ବେଳେ ଡ଼ାକ୍ତର ନଥିବା ଦେଖିବାକୁ ମିଳିଥିଲା।ସେ ସମୟ ପାଖା ପାଖି ସକାଳ ଘ୧୦.୧୫ ଣ୍ଟା ସମୟରେ ଦେଖିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅନୁପସ୍ଥିତିରେ ଯୋଗୁଁ ଫାର୍ମାସିଷ୍ଟ ଦ୍ବାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ସେ ସମୟରେ ସିଡିଏମଓ ଡଃ ପି.କେ.ପାତ୍ର, ପାଖକୁ ଫୋନ କରିବା ବେଳେ ସେ ଏହି ବିଷୟରେ କିଛି ନଜାଣିବା ପରି ଉତ୍ତର ଦେଇଥିଲେ। ଏହା ପରେ ଏଡିଏମ୍ ଓ ଡଃ ପ୍ରମୋଦ କୁମାର ପଣ୍ଡା ଙ୍କ ସହିତ ଯୋଗାଯୋଗ କରିବା ବେଳେ ସେ କହିଥିଲେ ଯେ ସ୍ବାସ୍ଥ୍ୟ କେନ୍ଦ୍ର ର ଡଃ ସୁବ୍ରତ ଜମିଦାର ଛୁଟି ନେଇଛନ୍ତି କାହାକୁ ହେଲେ ଏର୍ଜେଷ୍ଟ କରାଜିବ ବୋଲି କହିଲେ। ଦୁଃଖ ର ବିଷୟ ଜଣେ ଡାକ୍ତରଙ୍କୁ ଛୁଟି ଗୃହୀତ କରିବା ସମୟରେ ଅନ୍ୟ ଏକ ଡାକ୍ତରଙ୍କୁ ସେ ସ୍ଥାନ ରେ କାର୍ଯ୍ୟରତ କାହାର ଦାଇତ୍ୱ ଅଧିକାରୀ ଜାଣିବା ଆବଶ୍ୟକ ରହିଛି। ଏଠାରେ ଆଜି ସନ୍ଧ୍ୟାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବା ବେଳେ ମଧ୍ୟ କୌଣସି ଡ଼ାକ୍ତର ନଥିବା ଦେଖିବାକୁ ମିଳିଛି, ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ସହର ରେ ମଧ୍ୟ ଭାଗରେ ଥିବା ଯୋଗୁଁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବହୁତ ରୋଗୀ ଚିକିତ୍ସିତ ପାଇଁ ନିର୍ଭରଶୀଳ କରୁଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିମନ୍ତେ ଅଧିକାରୀ ମାନଙ୍କ ଦାଇତ୍ୱ ହୀନତା ଦେଖିବାକୁ ମିଳିଛି।ଏଥି ପୂର୍ବରୁ ମଧ୍ୟ ଦିନ ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ର ଚାବି ଖୋଲା ହୋଇ ନଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ର ଚାବି ଭାଙ୍ଗିବାକୁ ପଡ଼ିଥିଲା। ଯାହା କି ଗଣମାଧ୍ୟମ ପ୍ରତିନିଧି ଙ୍କ ଦ୍ଵାରା ଲୋକ ଲୋଚନକୁ ଅଣାଯାଇଥିଲା। ବର୍ତମାନ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ନୁଆ ଡାକ୍ତର ୨୪ଜଣ ଯୋଗଦେଇ ଥିବା ସୂଚନା ମିଳିଛି, ହେଲେ ସୁଦ୍ଧା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୁପରିଚାଳନା କରିବାରେ ଅଧିକାରୀ ମାନେ ଅସମର୍ଥ ହେବା ଦେଖିବାକୁ ମିଳିଛି। ଏଠାର ଅଞ୍ଚଳ ବାସିନ୍ଦା ଙ୍କ କହିବା ଅନୁସାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ଜଦି ସ୍ବାସ୍ଥ୍ୟ ଅଧିକାରୀ ମାନେ ପାତର ଅନ୍ତର କରୁଛନ୍ତି। ଯଦି ଏହା ପ୍ରତି ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ନଚେତ୍ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାବି ପକାଇବାକୁ ବାଧ୍ୟ ହେବୁ ବୋଲି ଅଭିଯୋଗ ଜଣାଇଛନ୍ତି।