September 21, 2024
Share

*ଖବର ଆଜିର*
ତାରିଖ ୦୨/୦୭/୨୦୨୩ ରବିବାର ।

ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଆଇନତଃ ଶୃଙ୍ଖଳିତ କରିବା ଲାଗି ଆସିଛି ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩’। ଏହି ଅଧ୍ୟାଦେଶକୁ ଜୁନ ୨୧ ତାରିଖରେ ରାଜ୍ୟପାଳଙ୍କ ସ୍ଵୀକୃତି ମିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି।

ସାରା ଦୁନିଆରେ ଡାଉନ ହେଲା ଟ୍ୱିଟର, ‘ରେଟ୍ ଲିମିଟ୍’ ମ୍ୟାସେଜ୍‌ ରେ ୟୁଜର ଚିନ୍ତିତ .

ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫-ଟି ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି । ଦୁଇ ଥରର ଚାମ୍ପିଅନ ଓ୍ବେଷ୍ଟଇଣ୍ଡିଜ୍ ଏଥର ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ ।

ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କର ହେଉଛି ମୃତ୍ୟୁ: ନିତିନ ଗଡ଼କରୀ ।

ଭୟଙ୍କର ଦୁର୍ଘଟଣାରେ ଥରି ଉଠିଲା ମହାରାଷ୍ଟ୍ର । ନାଗପୁରରୁ ମୁମ୍ବାଇ ଯାଉଥିବା ଘରୋଇ ବସରେ ନିଆଁ ଲାଗି ୨୫ରୁ ଅଧିକ ଜୀବନ୍ତ ଦଗ୍ଧ ।

ଗୁଜରାଟରେ ବନ୍ୟା ପ୍ରଳୟ, ସେପଟେ ସ୍ଥିତିର ମୁକାବିଲା ପାଇଁ ଜରୁରୀ ବୈଠକ ଡକାଇଲେ ରାଜ୍ୟ ସରକାର ।

ଯୋଗୀଙ୍କୁ ଫ୍ରାନ୍ସ ପଠାଅ, ୨୪ ଘଣ୍ଟାରେ ନିୟନ୍ତ୍ରଣକୁ ଆସିବ ଦଙ୍ଗା; ବିଦେଶୀ ପ୍ରଫେସରଙ୍କ ଟ୍ୱିଟ୍ ଉପରେ ସିଏମଙ୍କ ଅଫିସ୍ କହିଲା-‘ଦୁନିଆକୁ ଦରକାର ଯୋଗୀ ମଡେଲ୍’ ।

ଜୁନ୍‌ ରେ ୧,୬୧,୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ; ପୂର୍ବ ବର୍ଷ ତୁଳନାରେ ୧୨% ବୃଦ୍ଧି।

ପୁରୀରେ ହୋଟେଲ ନାଁରେ ନକଲି ସାଇଟ୍: ଅନଲାଇନରେ ବୁକିଂ କରି ଫସିଲେ ପର୍ଯ୍ୟଟକ ।

ଭୀମ ଆର୍ମି ମୁଖ୍ୟଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ: ନଈ, ନାଳରେ ପାଦ ରଖିବାକୁ ମାଡୁଛି ଡର, ୨୦ ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍ ।

ଆସୁନି ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଡିଏନ୍‌ଏ ରିପୋର୍ଟ: ମାସେ ହେଲା ଘର ଛାଡ଼ି ଭୁବନେଶ୍ବରରେ ପରିବାର ।

ସପ୍ତଦଶ ସମବାୟ କଂଗ୍ରେସରେ ‌ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: କୃଷି ପାଇଁ ବର୍ଷକୁ ୬.୫ ଲକ୍ଷ କୋଟି ଖର୍ଚ୍ଚ ହେଉଛି ।

ଟମାଟୋ ଦର ନିୟନ୍ତ୍ରଣ ପାଇଁ ବାଟ ବତାଇବେ ଲୋକ: ଟମାଟୋ ଗ୍ରାଣ୍ଡ୍‌ ଚାଲେଞ୍ଜ ହ୍ୟାକାଥନ ଘୋଷଣା ।

ଏଚ୍‌ଡିଏଫସି ବ୍ୟାଙ୍କ ସହିତ ଏଚ୍‌ଡିଏଫସି ଲିମିଟେଡର ମିଶ୍ରଣ  କାର୍ଯ୍ୟକାରୀ ହୋଇଛି। ଏହାପରେ ଏଚ୍‌ଡିଏଫସି ଲିମିଟେଡର କାର୍ଯ୍ୟାଳୟ ଓ ଶାଖାର ରୂପକୁ ବଦଳା ଯାଇ ଏଚ୍‌ଡିଏଫସି ବ୍ୟାଙ୍କ ରୂପ ଦିଆଯାଉଛି।

ନୀରଜଙ୍କ ଚମତ୍କାର ପ୍ରତ୍ୟାବର୍ତନ: ଜିତିଲେ ଲୌସାନ୍‌ ଡାଏମଣ୍ଡ୍ ଲିଗ୍‌ ।

ସାଫ୍ ଫୁଟ୍‌ବଲ ଚାମ୍ପିଅନସିପ୍; ୪-୨ ଗୋଲରେ ଲେବନାନକୁ ହରାଇ ଫାଇନାଲରେ ଭାରତ ।

ଜଳୁଛି ଫ୍ରାନ୍ସ: ୧୩୦୦ରୁ ଅଧିକ ଗିରଫ, ଜର୍ମାନୀ ଗସ୍ତ ରଦ୍ଦ କଲେ ରାଷ୍ଟ୍ରପତି ।

ସୁପ୍ରଭାତ ,ଶୁଭ ସକାଳ ।