September 21, 2024

ଶିକ୍ଷକ ଙ୍କ ଘରୁ ଚୋରି, ଘଟଣା ର ତଦନ୍ତ କରୁଛି ପୋଲିସ।

Share

ଶିକ୍ଷକ ଙ୍କ ଘରୁ ଚୋରି, ଘଟଣା ର ତଦନ୍ତ କରୁଛି ପୋଲିସ।
ବ୍ରାହ୍ମଣୀଗାଁ ତା: ୦୧/୦୭ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି, ଘରେ କେହି ନଥିବା ସୁଯୋଗ ନେଇ ଜଣେ ଶିକ୍ଷକ ଙ୍କ ଘର ବାରିପଟ ଗ୍ରିଲ୍ ର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ରେ ଅଭିଯୋଗ ହୋଇଛି, ଶିକ୍ଷକ ଜଣକ ହେଉଛନ୍ତି ସନ୍ତୋଷ କୁମାର ସିଂ, ତାଙ୍କ ନିଜ ଘର ବ୍ରାହ୍ମଣୀଗାଁ ର ବାସୁଦେବପୁର ହୋଇଥିବା ବେଳେ ସେ କୁମ୍ଭାରିଗାଁ କ୍ଲଷ୍ଟର ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତ ର ରେଗେଡପଙ୍କା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରୁଛନ୍ତି। ସୂଚନା ଅନୁଯାୟୀ ଘର ର ଭିତର ବାହାର ସବୁ ଆଡୁ ତାଲା ଲଗାଇ ଗୁରୁବାର ଦିନ ଠାରୁ ନିଜ ପରିବାର କୁ ନେଇ ଶଶୁର ଘର କୁ ଯାଇଥିଲେ, ଶୁକ୍ରବାର ଦିନ ଅପରାହ୍ନରେ ତାଙ୍କ ସ୍ତ୍ରୀ ଆସି ସବୁ ଠିକ୍ ଠାକ୍ ଦେଖି ପୁଣି ଫେରିଥିଲେ, ହେଲେ ଶନିବାର ଦିନ ଆସି ଦେଖିବା ବେଳକୁ ଘରର ବାରିପଟ ଗ୍ରିଲ ର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଘର ଭିତରେ ପଶି ତାଙ୍କ ଗଦ୍ରେଜ୍,ପେଢ଼ି, ଆଲମାରୀ, ଫ୍ରିଜ୍ ଆଦି ତଲାସି କରି କେତେକ ମୂଲ୍ୟ ବାନ ଜିନିଷ ଓ କିଛି ଟଙ୍କା ନେଇ ପଳାଇ ଯାଇଥିବା ଜଣା ପଡ଼ିଛି, ବିଶେଷ କରି ଅଫିସ୍ ସହ ଯୋଗାଯୋଗ କରିବା ପାଇଁ ବ୍ୟବହାର କରୁଥିବା ଏକ ମୋବାଇଲ ମଧ୍ୟ ଚୋରୀ ହୋଇଥିବା ଅଭିଯୋଗ ହୋଇଛି।
ଶନିବାର ଦିନ ସକାଳୁଆ ସ୍କୁଲ ଚାଲୁଥିବାରୁ ଶିକ୍ଷକ ଜଣକ ନିଜ ଶଶୁର ଘରୁ ସିଧା ସଳଖ ସ୍କୁଲକୁ ଯାଇଥିଲେ, ଘଟଣା ସମ୍ପର୍କରେ ଜାଣିବା ପରେ ସେ ଆସି ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଖବର ପାଇ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖି ଥିବା ଜଣା ପଡ଼ିଛି, ତେବେ ବ୍ରାହ୍ମଣୀଗାଁ ରେ ଏପରି ଚୋରି ଭଳି ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଅପରାଧ କୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)