March 11, 2026

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର , ଚେଇଁ ଶୋଇଛି ବିଦ୍ଯୁତ୍ ବିଭାଗ , ତୁରନ୍ତ ବାଡ଼ବନ୍ଦୀ କରାଯିବାକୁ ଦାବି 

IMG-20250602-WA0038
Share

ବୁଗୁଡ଼ା : ତା ୦୨/୦୬/୨୫ : ଖୋଲାମେଲାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର , ତାହା ପୁଣି ଲଟାବୁଦାରେ ପରିପୂର୍ଣ୍ଣ , ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ଏନଏସିର ପରିବା ବଜାର ନିକଟ ବାଲିପିଣ୍ଡି ସାହି ରାସ୍ତା କଡରେ । ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦ୍ୟୁତ ପ୍ରବାହ ହେଉଛି | ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ସତ୍ତ୍ୱେ ସ୍ଥାନୀୟ ବିଦ୍ଯୁତ୍ ବିଭାଗ ଚେଇଁ ଶୋଇଥିବା ପରି ମନେ ହେଉଛି। ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥ‌ିବା ବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେନେଇ ଲୋକେ ଆଶଙ୍କାରେ ରହିଆସୁଥୁବା ବେଳେ ଗତ ୨୭ ତାରିଖ ରାତିରେ ହଳେ ଗାଈ ଓ ଷଣ୍ଢ ସେହି ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ନିକଟକୁ ଚାଲି ଯାଇଥିଲେ। ଏ ନେଇ ବିଦ୍ଯୁତ୍ ବିଭାଗକୁ ଖବର ଦିଆଯିବା ପରେ ସଙ୍ଗେ ସଙ୍ଗେ ବିଦ୍ୟୁତ କାଟ ହୋଇଥିଲା ଏବଂ ବିଦ୍ୟୁତ୍ କର୍ମଚାରୀ ସେଠାରେ ପହଞ୍ଚି ଗାଈ ଓ ଷଣ୍ଢକୁ ସେଠାରୁ ବାହାର କରିଥିଲେ। ଫଳରେ ସେହି ଗାଈ ଓ ଷଣ୍ଢ ଅଳ୍ପକେ ବିଦ୍ଯୁତ୍ ଆଘାତରୁ ବର୍ତ୍ତି ଯାଇଥିଲେ । ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣପରେ ବିଭିନ୍ନ ସ୍ଥାନରେ ଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ଯୁତ୍ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଏହି ମୁକୁଳା ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।