March 10, 2026

ମଦ ବ୍ୟବସାୟକୁ ବିରୋଧ କରି କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ..

IMG-20250602-WA0006
Share

 

୦୨/୦୬/୨୫ (ଗୁପ୍ତେଶ୍ୱର ରଥ) ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମଦ ଦୋକାନରେ ତାଲା ପକାଇବା ପରେ ଜିଲ୍ଲା ପ୍ରଶାସନ ଖୋଲିବାକୁ ନେଇ ରାଜନୀତି ଯୋର ଧରିଛି। ବେଆଇନ ମଦ ଦୋକାନ ବନ୍ଦ କରାଯିବ ବୋଲି ସାଂସଦ ସପ୍ତଗିରି ଉଲାକ୍କା ଏବଂ ବିଧାୟକ ଶ୍ରୀ ସାଉନ୍ତ କହିଛନ୍ତି। କଂଗ୍ରେସ ଲୋକଙ୍କ ସହ ଥିବା ବେଳେ ବିଜେପି ମଦ ବେପାରୀଙ୍କ ସହ ଅଛି। ଶ୍ରୀ ସଉନ୍ତା ଙ୍କ ବିରୋଧ ରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଏହା ପଛରେ ପୂର୍ବତନ ବିଧାୟକ ତଥା ବିଜେପି ନେତା କୈଳାସ କୁଲସିକା ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ କୁଲେଶିକା । ପ୍ରମାଣ ଥିଲେ ସାର୍ବଜନୀନ କରିବାକୁ ଆହ୍ବାନ ଦେଇଛନ୍ତି। ଗତକାଲି ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସାଂସଦ ଶ୍ରୀ ଉଲ୍ଲକା ଏବଂ ବିଧାୟକ ଶ୍ରୀ ସାଉନ୍ତା ଯୋଗ ଦେଇ କହିଥିଲେ ନିର୍ବାଚନ ମଣ୍ଡଳୀରେ ଖୁଲମଖୁଲା ଚାଲିଥିବା ବେଆଇନ୍ ଦେଶି ଏବଂ ବିଦେଶୀ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ । ଶ୍ରି ସାଉନ୍ତା ବେ ଆଇନ ମଦ ଦୋକାନରେ ତାଲା ପକାଇଥିଲେ ବି ପ୍ରଶାସନ ଖୋଲିଥିଲା ବୋଲି ପ୍ରେସମିଟ ରେ କହିଛନ୍ତି। ମଦ କାରଣ ରୁ ବିଧବା ହୋଇଥିବା ମାଆ ଭଉଣୀକୁ ଅପମାନିତ କରୁଛନ୍ତି। ବିଜେଡି ଶାସନ ସମୟରେ ବି ମଦ ବିକ୍ରି କୁ ବିରୋଧ କରିଥିଲା କଂଗ୍ରେସ। ସ୍କୁଲ୍ ଓ କଲେଜ୍ ପାଖରେ ମଦ ବିକ୍ରି ହେଲେ ନିଶ୍ଚୟ ବିରୋଧ କରାଯିବ ବୋଲି କଂଗ୍ରେସ କହିଛି। ଶ୍ରୀ ସାଉନ୍ତା କହିଥିଲେ ଯେ ତାଙ୍କ ନାଁରେ ପୂର୍ବତନ ବିଧାୟକ ଏବଂ ମଦ ବେପାରୀ ମାନେ ମିଥ୍ୟା ଅଭିଯୋଗ କରିଛନ୍ତି। ମଦ ବିକ୍ରି କୁ ବିରୋଧ କରି ୨୦୨୪ ସେପ୍ଟେମ୍ବର ୩୧ରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ନିର୍ବାଚନମଣ୍ଡଳୀରେ ୭ ଜଣଙ୍କୁ ଲାଇସେନ୍ସ ଦିଆଯାଇଥିଲେ ବି ଶତାଧିକ ବେଆଇନ୍ ବ୍ୟବସାୟ କରୁଛନ୍ତି। ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ଅବକାରୀ ବିଭାଗ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଲାଗି କାରବାର ବଢୁଛି । ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନ ନେଲେ ଜନସାଧରଣ ରାଜରାସ୍ତାକୁ ଓହ୍ଲାଇବେ । ବିଜେପିର ନେତାମାନେ ହାତଗୁଞ୍ଜା ନେଇ ମଦ ବେପାରୀଙ୍କୁ ସହଯୋଗ କରୁଛନ୍ତି। ଏ ସମ୍ପକିତ କଥାବାର୍ତ୍ତା ରେକଡିଂ ତାଙ୍କ ପାଖରେ ଅଛି ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀ କୁଲସିକା କହିଛନ୍ତି, ପ୍ରମାଣ ଥିଲେ ବିଧାୟକ ତଥ୍ୟ ସାର୍ବଜନୀନ କରନ୍ତୁ।ବେପାରୀଙ୍କ ସପକ୍ଷରେ ନୁହେଁ, ବିଧାୟକଙ୍କ ବଟି ମାଗିବା ବାବଦରେ, କର୍ମଚାରୀଙ୍କୁ ଧମକ ଚମକ, ଚାଉଳ ଡିଲର୍ ଙ୍କ ଠାରୁ ଟଙ୍କା ଆଦାୟ ଏବଂ ମଦ ବ୍ୟବସୀୟଙ୍କୁ ମାସିକ ବଟି ମାଗିବା ଘଟଣା ଲୋକଲୋଚନକୁ ଆସିଥିଲା। ମଦ ବ୍ୟବସାୟୀ ମାନେ ଏତଲା ଦେବା ପରେ ଅନ୍ୟାୟକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।