ଆଜିର ଖବର..

ରାଜ୍ୟରେ ଅଧା ଓଡ଼ିଶାରେ ପହଞ୍ଚି ନାହିଁ ମୌସୁମୀ। ୧୦ ଦିନ ପରେ ପୁଣି ସକ୍ରିୟ ହେବ
ଏଇ ସପ୍ତାହରେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ହୋଇପାରେ କାଳବୈଶାଖୀ ବର୍ଷା। ପାଣିପାଗ ବିଭାଗ ବାଉଳା
ରାଜ୍ୟରେ ଏକଲକ୍ଷ ୨୧ ହଜାର ପିଲା ଦେଲେ ବିଏଡ୍ ପରୀକ୍ଷା। ୪ ତାରିଖରେ ଏମ୍ ଏଡ୍ ପରୀକ୍ଷା।
ପୁଣି ଖୋଲାହେବ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ। ଟଙ୍କା ଖର୍ଚ୍ଚ ହେବ, କାର୍ଯ୍ୟକ୍ଷମ ହେବ
ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଭିଡିଓ ଭାଇରାଲ୍। ଖେଳଘର ହୋଇଛି ମନ୍ଦିର
ଓମ୍ଫେଡ଼ କ୍ଷୀର ଦାମ ୨ ଟଙ୍କା ବଢିବ, ଉତ୍ପାଦକ ୩ ଟଙ୍କା ଅଧିକ ପାଇବେ। କ୍ଷୀର ଚାଷୀଙ୍କୁ ବାର୍ଷିକ ଶହେ ଟଙ୍କିଆ ଦୁର୍ଘଟଣା ବୀମା ପଲିସି
ରାଜ୍ୟରେ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜଣେ ମୃତ, ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୭ ସୁଡ଼ଙ୍ଗ ଖନନ ସରିଲା
ପୁରୀରେ ତିନି ରଥର ଦଣ୍ଡା ନିର୍ମାଣ ପ୍ରସ୍ତୁତି ଶେଷ
ସମ୍ବଲପୁରରେ ରାଜ୍ୟର ସର୍ବାଧିକ କିଡ୍ନି ରୋଗୀ! କଟକକୁ ପଛରେ ପକାଇଲା
ଢେଙ୍କାନାଳ ହିନ୍ଦୋଳରୁ ଆମ୍ରପଲି ଆମ୍ବ ଯାଉଛି ଲଣ୍ଡନ
ରାଜ୍ୟ ସରକାରଙ୍କୁ ଲୁଟୁଛନ୍ତି ଏୟାରଲାଇନ୍ସ। ସବସିଡି ନେଉକରି ବି ଓଡ଼ିଶାରେ ମହଙ୍ଗା ଟିକଟ। ଅନ୍ୟ ରାଜ୍ୟରେ ଶସ୍ତା
ନବରଙ୍ଗପୁର ଝରିଗାଁ ସଂରକ୍ଷିତ ଜଙ୍ଗଲରୁ ବେଆଇନ ନିର୍ମିତ ୨୮ ଘର ଉଛେଦ କଲା ବନ ବିଭାଗ
ଯାତ୍ରା ମାଲିକ ନାଣ୍ଡୁଙ୍କ ବିରୋଧରେ ମନ୍ତ୍ରୀଙ୍କ ଘରେ ପହଁଚିଲେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। କିନ୍ତୁ ପୋଲିସ ପାଖକୁ ଯାଉନାହାନ୍ତି
ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ପଡିଛି ପୋଲିସ ଏଏସଆଇ ଙ୍କ ପୋଡା ମୃତଦେହ। କେମିତି କଣ ହେଲା ଜଣାନାହିଁ
ରାୟଗଡା ମୁନିଗୁଡାରେ ଦଉଡ଼ି ଲଗାଇ ଜୀବନ ହାରିଲେ ଶିକ୍ଷୟିତ୍ରୀ, କାରଣ ଅସ୍ପଷ୍ଟ
ରାଉରକେଲାରେ ଧରାପଡ଼ିଲା ୨ଟି ବିସ୍ଫୋରକ ବୋଝେଇ ଗାଡ଼ି। ଗୋଦାମ ମାଲିକ ଓ ଭ୍ୟାନ ଡ୍ରାଇଭର ଅଟକ।
କ୍ରିକେଟ ଆଇପିଏଲରେ ମୁମ୍ବାଇ ହାରିଲା, ଫାଇନାଲରେ ପଞ୍ଜାବ କିଙ୍ଗ୍ସ।
ଆସାମ, ମେଘାଳୟ, ଅରୁଣାଚଳରେ ବର୍ଷା ବିତ୍ପାତ, ୩୨ ମୃତ, ୧୨ ହଜାରରୁ ଅଧିକ ପ୍ରଭାବିତ।
ହିମାଚଳ ପ୍ରଦେଶର ମଣ୍ଡିରେ ସଡ଼କ ଦୁର୍ଘଟଣା, ୫ ଜଣକ ମୃତ୍ୟୁ
ଗୋଟିଏ ମାସକରେ କେଦାରନାଥ ଦର୍ଶନ କଲେ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ, ୨୦୦ କୋଟି ଟଙ୍କାର କାରବାର।
କଲିକତାରେ ଇସକନ ରଥରେ ସୁଖୋଇ ବିମାନ ଚକ ଲାଗିଲା। ଭକ୍ତ ଓ ପରମ୍ପରାକୁ ଆଘାତ
୧୪ ବର୍ଷ ପରେ ହେବ ଯାଉଛି ଜନଗଣନା
ପାକିସ୍ତାନ ସୀମାରେ ସୈନ୍ୟ ସଂଖ୍ଯା ବୃଦ୍ଧି, ହାଇ ଆଲର୍ଟରେ ବାୟୁ ସେନା।
ୟୁକ୍ରେନ୍ର ଆକ୍ରମଣରେ ରୁଷ୍ର ୨ ପ୍ରମୁଖ ବାୟୁସେନା ଘାଟି ଛାରଖାର, ୪୦ ଯୁଦ୍ଧ ବିମାନ ନଷ୍ଟ
=======================
ଆଜି ଆଂମେରିକୀୟ ଭାରତୀୟ ନାଗରିକତା ଦିବସ
ଆଜି ଜନ୍ମଦିନ: ମଣି ରତ୍ନମ, ସୋନାକ୍ଷୀ ସିହ୍ନା, ନନ୍ଦନ ନିଲେକାନୀ, ନୀତିଶ ଭରଦ୍ବାଜ, ସୁଦାମ ମାର୍ଣ୍ଡି (ନେତା, ବାରିପଦା)
ଆଜି ତିରୋଧାନ: ରାଜ କପୁର
ଇତିହାସରେ ଆଜି ଦିନ: (୨୦୧୪) ତେକେଙ୍ଗାନା ରାଜ୍ୟର ଜନ୍ମ/ (୧୯୯୯) ଭୁଟାନ ଖବର ପ୍ରସାରଣ ସେବା ଆରମ୍ଭ/ (୧୮୯୬) ବେତାର ଟେଲିଗ୍ରାଫି ପାଇଁ ପେଟେଣ୍ଟ ମାଗିଲେ ମାର୍କୋନି/ (୧୭୮୦) ଲଣ୍ଡନରେ କ୍ୟାଥଲିକ ବିରୋଧୀ ପାର୍ଲିଆମେଣ୍ଟକୁ ଆକ୍ରମଣ କଲେ/ (୧୯୪୭) ଭାରତର ବିଭାଜନ ଘୋଷଣା କଲେ ମାଉଣ୍ଟବ୍ୟାଟେନ/ (୧୯୯୬) ୟୁକ୍ରେନ ହେଲା ଅଣୁଅସ୍ତ୍ର ବିହୀନ ଦେଶ/ (୨୦୧୧) ଭାରତରେ ରାଜୀବ ଆବାସ ଯୋଜନା ଆରମ୍ଭ
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ*