June 4, 2025

ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ଠାରେ କଥା ଦେଇ କଥା ରଖିଲେ କନିଷ୍ଠ ଯନ୍ତ୍ରୀ……..

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ୩୫୦ରୁ ଉର୍ଦ୍ଧ ପରିବାର ଗୋଟିଏ ନଳକୂଅ ଓ ଗୋଟିଏ କୁଅଁ ଉପରେ ସାହା ଭରସା। ବସୁଧା ଯୋଜନା ରେ ପୁରସ୍କୃତ ହୋଇଥିବା ଗାଁ ବର୍ତମାନ ପାଣି ପାଇଁ ହନ୍ତସନ୍ତ, ଗାଁ ରେ ଥିବା ୩୫୦ରୁ ଉର୍ଦ୍ଧ ପରିବାର ୫୦୦ ମିଟର ଦୂର ରୁ ପାଣି ବୋହି ଆଣୁଥିବା ଦେଖିବାକୁ ମିଳିଛି।ଏପରିକି ଅଟୋ ରେ ଗରିଆ, ଡ୍ରମ, ବାଲ୍ଟି ରେ ପାଣି ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳିଛି। ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମରେ। ସୂଚନା ପ୍ରକାରେ ଗ୍ରାମରେ ଥିବା ଚନ୍ଦ୍ର ସାହି, ଟାୱାର ସାହି ଓ ଗାଉଁଟିଆ ସାହି ର ପ୍ରାୟ ୩୫୦ରୁ ଉର୍ଦ୍ଧ ପରିବାର ଗ୍ରାମରେ ଥିବା ଏକ କୁଅଁ ଓ ଗୋଟିଏ ନଳକୂଅ ଉପରେ ଭରସା କରି ଶୋଷ ମେଣ୍ଟାଉଛନ୍ତି।ଗ୍ରାମରେ ଥିବା ଚର୍ଚ୍ଚ ପରିସରରେ ଥିବା ଏକ ନଳକୂଅ ରୁ ଗ୍ରାମ ର ମହିଳା ଯୁବତୀ ପାଣି ନେଇ ନିଜ ନିତ୍ୟ କାର୍ଯ୍ୟ ସମ୍ପନ୍ନ କରନ୍ତି। ପାଣି ପାଇଁ ଏହି ତିନି ସାହି ର ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି!ସେପଟେ ସ୍ଥାନୀୟ ବିଡ଼ିଓ ମନୋଜ କୁମାର ମେହେର କନିଷ୍ଠ ଯନ୍ତ୍ରୀ ଙ୍କୁ ଅବଗତ କରେଇ ତୁରନ୍ତ ସେହି ଗ୍ରାମକୁ ଯାଇ ପାଣି ର ସମସ୍ୟା ଦୂର କରିବାକୁ କହିଥିଲେ ଏବଂ ଗ୍ରାମରେ ନଳକୂଅ ଖୋଳିବାକୁ କହିଥିଲେ!ଳ। ଏହାପରେ ଉକ୍ତ ସମସ୍ୟା ର ଖବର ପ୍ରସାରଣ କରାଯାଇଥିଲା, ଖବର ପ୍ରସାରଣ ପରେ ସ୍ଥାନୀୟ ପଂଚାୟତରାଜ ପାନୀୟ ଜଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଶରତ ବେହେରା ବୁର୍ଜା ଗ୍ରାମ କୁ ଯାଇ ନଳକୂପ ଖନନ ନିମନ୍ତେ ଜାଗା ଚିହ୍ନଟ କରିଥିଲେ ଏବଂ କଥା ଦେଇଥିଲେ ଯେ ଦିନେ ଦୁଇ ଦିନ ଭିତରେ ଗ୍ରାମରେ ଦୁଇଟି ନଳକୂଅ ଖୋଲାଯିବ। ଗତକାଲି ଠାରୁ ବୁର୍ଜା ଗ୍ରାମରେ ବୋରୱେଲ ଖନନ ଚାଲିଥିବା ଦେଖିବାକୁ ମିକିଛି।ଏହା ଦେଖି ଗ୍ରାମବାସୀ ଙ୍କ ମୁଁହରେ ଖୁସିର ଲହରୀ ଖେଳିଯାଇଛି। କଥା ଦେଇ କଥା ରକ୍ଷା କରିଥିବା କନିଷ୍ଠ ଯନ୍ତ୍ରୀ ଶରତ ବେହେରା ଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣେଇଛନ୍ତି।

You may have missed