ସଂରକ୍ଷଣ ଜଙ୍ଗଲ ନଷ୍ଟ ହୋଉଛି ବନ ବିଭାଗ ନିରବ !!!

କୋଲନରା :(ସଞ୍ଜୀବ କଣ୍ଡାଗରୀ ) କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନେଇ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ କର୍ମଚାରୀ ନିଯୁକ୍ତି ହୋଇ ଜଙ୍ଗଲ ସୁରକ୍ଷା କୁ ଗୁରୁତ୍ୱ ଦେବା ସହ ଜଙ୍ଗଲ ରେ ବିଭିନ୍ନ ପ୍ରକାର ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରି ଲୋକ ମାନକୁ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ନିଜର ଜୀବନ ଜୀବିକା କାଟିବା ପାଇଁ ସଚେତନ କରି ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବାକୁ ସରକାର ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରୋଡାଙ୍ଗୀ ସଂରକ୍ଷଣ ଜଙ୍ଗଲ ରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।ଗ୍ରୀଷ୍ମପ୍ରବାହ ଯୋଗୁଁ ଯେଉଁ ଭଳି ଗରମ ହୋଇ ଝରଣା ପାଣି ମଧ୍ୟ ଶୁଖିଯାଉଥିବା ବେଳେ ମୂଲ୍ୟବାନ ଗଛ ସବୁ ସଫା କରି ପଢୁ ଚାଷ କରିବାକୁ ଜଙ୍ଗଲ ସଫା ହୋଉଥିବା ବେଳେ ବନ ବିଭାଗ ଚିର ନିଦ୍ରାରେ ଶୋଇ ଥିବା ସାଧାରଣ ରେ ଅଭିଯୋଗ ହୋଇଛି।ଏହିଭଳି ଯଦି ଦିନକୁ ଦିନ ଜଙ୍ଗଲ ସଫା ହୋଇ ଯିବ ତେବେ ଜଙ୍ଗଲ ରେ ରହୁଥିବା ପଶୁପକ୍ଷୀ ଓ ସରୀସୃପ ମାନଙ୍କ କି ଅବସ୍ଥାରେ ଜୀବନ ବିତାଉଥିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସବୁ ଟଙ୍କା କାଗଜ କଲମ ରେ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏହି ସମ୍ପର୍କ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ଯୋଉ ଜଙ୍ଗଲ କଟା ଯାଇଛି ସେହି ଜଙ୍ଗଲ ଆମ ଅଧିନରେ ନାହିଁ । ସେହି ଜଙ୍ଗଲ ଗୁଣୁପୁର ବନ ବିଭାଗ ଅଧିନରେ ଯିବ ବୋଲି କହିଛନ୍ତି । ଯଦି ବନ ବିଭାଗ ନିଜର ସୀମା ନିର୍ଦ୍ଧାରଣ କରି ପାରୁନାହିଁ ତେବେ ବନ ବିଭାଗ କେବେ ସୀମା ରେ ନିଜ ନିଜର ସୀମା ଫଳକ ଲାଗେଇବ ତାହା ସାଧାରଣ ରେ ଆଲୋଚନା ହୋଉଛି ।ପୁନର୍ବାର ଗୁଣୁପୁର ବନ ବିଭାଗର ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା ।