November 22, 2024
Share

 

୧-ଭୀଷଣ ଗ୍ରୀଷ୍ମ ପ୍ରବାହର ଯନ୍ତ୍ରଣା ଭିତରେ କିଛିଟା ଆଶ୍ୱସ୍ତି । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଛେଚିଲା ବର୍ଷା ।

୨-ଜୟପୁରରେ ପାଣ୍ଡିଆନଙ୍କ ରୋଡ୍ ସୋ’ । ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍।

୩-ଆସନରେ ଛିଡୁନି ବିଜେଡି ଅଙ୍କ । ବିଜେପିର ୭ ଆସନ ଅଡୁଆ । ଏପଟେ ନୀଳଗିରି ବିଧାନସଭା ପାଇଁ କଂଗ୍ରେସ ମଧ୍ୟ ଘୋଷଣା କରିନି ପ୍ରାର୍ଥୀ।

୪-ସାକ୍ଷୀଗୋପାଳ:ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ଜାରି।

୫-ଖୁଣ୍ଟା:ମୋବାଇଲ ଛିନତାଇ ଘଟଣାରେ ୩ ଗିରଫ, ୫ ମୋବାଇଲ ସମେତ ବାଇକ ଜବତ।

୬-କୁଆପଥର ମାଡରେ ବିମାନ କ୍ଷତିଗ୍ରସ୍ତ- ଆକାଶମାର୍ଗରୁ ଭୁବନେଶ୍ୱର ବିମାନବନ୍ଦରକୁ ଫେରିଲା।

୭-ଟିଟିଲାଗଡ଼:ଏପଟେ ଝାଞ୍ଜି ସେପଟେ ବିଦ୍ୟୁତ କାଟ- ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଆଇନଜୀବୀ।

୮-ନିର୍ବାଚନ ପରେ ଭୁବନେଶ୍ବର ବିମାନବନ୍ଦର ହେବ ଘରୋଇକରଣ

୯-କେନ୍ଦୁଝରସଦର:ଖରାରେ ପିଇବା ପାଇଁ ମିଳୁନି ପାଣି, ଗରା ବାଲ୍‌ଟି ଧରି ରାସ୍ତାରେ ବସିଲେ ମହିଳା -ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ।

୧୦-ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନରେ ନିଜର କ୍ୟାରିୟର ପାଇଁ ନିଶୁଳ୍କ ଆବେଦନ କରନ୍ତୁ:https://kiitee.kiit.ac.in, ଏବଂ ଅନୁସନ୍ଧାନ ପାଇଁ ଯୋଗାଯୋଗ କରନ୍ତୁ:9348615210,6370198007

୧୧-ବିଜେଡିରେ ମିଶିଲେ ଅମୀୟ ଦାଶ, ଶଙ୍ଖ ଭବନରେ ସମର୍ଥକଙ୍କ ଗହଣରେ ହେଲେ ସାମିଲ୍‌।

୧୨-କୁଚିଣ୍ଡା:ଚେକିଂ ବେଳେ ୫ ଲକ୍ଷ ଟଙ୍କା ଜବତ, ସ୍କୁଟିରେ ରଖିଥିଲେ ବ୍ୟବସାୟୀ।

୧୩-ପାରାଦୀପ: ଅଠରବାଙ୍କି ଠାରେ ନଦୀକୁ ଡେ଼ଇଁ ଯୁବକ ନିଖୋଜ।

୧୪-ଆଳି: କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା।

୧୫-ଛତ୍ରପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁହାଁମୁହିଁ ବାଇକ ଧକ୍କାରେ ୨ ମୃତ ଦୁଇ ଗୁରୁତର।

୧୬-ହିନ୍ଦୁ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ହିନ୍ଦୁ ବିବାହ ଏକ ସଂସ୍କାର । କେବଳ ନାଚ,ଗୀତ ଭୋଜିର ଅବସର ନୁହେଁ

୧୭-ସୁପ୍ରିମକୋର୍ଟରେ ପହଁଚିଲା କୋଭିସିଲ୍ଡ ପ୍ରସଙ୍ଗ । ଟିକାରୁ ପାଶ୍ୱର୍ପ୍ରତିକ୍ରିୟା ଓ ବିପଦ ନେଇ ଅଧିକ ଯାଂଚ ନିର୍ଦ୍ଦେଶ ଦେବାକୁ ଆବେଦନ।

୧୮-IPL:ଚେନ୍ନାଇକୁ ତାରି ଘରେ ସହଜରେ ହରାଇଲା ପଞ୍ଜାବ କିଙ୍ଗ୍ସ, ପ୍ଲେ ଅଫ୍ ଆଶା ଉଜ୍ଜୀବିତ।

୧୯-ରାଜଧାନୀ ଦିଲ୍ଲୀରେ ବୋମା ଆତଙ୍କ । ଅନେକ ସ୍କୁଲକୁ ଆସିଲା ଧମକ, ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲ ଓ ଫୋନ୍।

୨୦-୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ।

୨୧-ତେଲେଙ୍ଗାନା:କେସିଆରଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ୪୮ ଘଣ୍ଟା ପାଇଁ କରିପାରିବେନି ପ୍ରଚାର ।