ବିଷ ଖାଇ ଫାଇନାନ୍ସ କର୍ମଚାରୀ ଗୁରୁତର
ବୁଗୁଡ଼ା : ତା ୦୨/୦୫/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରାଇଭେଟ ଫାଇନାନ୍ସ କମ୍ପାନୀର ଜନୈକ କର୍ମଚାରୀ ବିଷ ଖାଇ ମେଡିକାଲରେ ଭର୍ତ୍ତି ହୋଇଥିବା ପଡିଛି । ଗୁରୁତର ଜଣକ ବନ୍ଧନ ବ୍ଯାଙ୍କ କବିସୂର୍ଯ୍ୟ ନଗର ଶାଖାର ଫାଇନାନ୍ସ କର୍ମଚାରୀ ସାର୍ଥକ କୁମାର ପଣ୍ଡା । ପ୍ରକାଶ ଯେ, ସାର୍ଥକ ଫାଇନାନ୍ସ ଲୋନ୍ ସଂଗ୍ରହାର୍ଥେ ସୋମବାର ଦିନ କାନସୁକା ଗ୍ରାମକୁ ଯାଇଥିଲେ । ତେବେ ରାତ୍ର ପ୍ରାୟ ଆଠଟା ବେଳେ ସେହି ଗ୍ରାମର ଜଣକ ଘର ବାରଣ୍ଡାରେ ବିଷ ଖାଇ ଅଚେତ ଅବସ୍ଥାରେ ପଡିରହିଥଲେ । ଗ୍ରାମର କିଛି ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ପୋଲିସ ସହାୟତାରେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ବ୍ଯାଗରେ ଥିବା ଆଧାର କାର୍ଡରୁ ସେ ବ୍ରହ୍ମପୁର ନିଳାଦ୍ରୀ ବିହାର-୧ ଲେନର ବାସିନ୍ଦା ସତ୍ଯ ସୁନ୍ଦର ପଣ୍ଡାଙ୍କ ପୁଅ ସାର୍ଥକ ବୋଲି ଜଣା ପଡ଼ିଥିଲା ।