March 10, 2026

ପାରଳାଖେମୁଣ୍ଡି ସ୍ଥିତ ଆର. ଏମ.ସି.ସମ୍ମିଳନୀକକ୍ଷଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣତରଫରୁ ଆର୍ନ୍ତଜାତୀୟ ଶ୍ରମିକଦିବସ ପାଳିତ

IMG-20230502-WA0010
Share

 

ପାରଳାଖେମୁଣ୍ଡି:୨/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ଵକରଣ କଟକ ଓ ମାନ୍ୟବରଜିଲ୍ଲାଦୌରାଜଜ

ତଥା ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ପାରାଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ତରଫରୁ ଆର୍ନ୍ତଜାତୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରାଧ୍ଵକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗଦେଇ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଶ୍ରମିକ ମାନେ ଶ୍ରମ ଆଇନ ଏବଂ ଅଧିକାର ସମ୍ପର୍କରେ ଜାଣିବା ଉଚିତ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ ଶ୍ରମିକ ଉନ୍ନୟନ ପାଇଁ ରହିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ରହିଥିବା ମାଗଣା ଆଇନ ସେବା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ

ଅନ୍ୟମାନଙ୍କ ମଧ୍ୟରେ ଅଲ ଓଡିଶା ମଜଦୁର ସଂଘର ସଭାପତି ଶ୍ରୀ ଜନ୍ନା ସଭାଷ ଚନ୍ଦ୍ର ରାଓ ଯୋଗଦେଇ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନ କରାଇଥିଲେ । ଶ୍ରମିକ ମାନେ ଆଇନ ଏବଂ ଅଧିକାର ସମ୍ପର୍କରେ ଜାଣିଲେ ନିଜ ହକ୍ ପାଇଁ ଲଢେଇ କରି ସୁବିଧା ହାସଲ କରିବାରେ ସଫଳତା ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ଵକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।