ମାଲୁଦ ରେ ପଞ୍ଚୁ୍ଦୋଳ ମେଳଣ ଧୂମଧାମ ର ସହିତ ପାଳନ କରାଯାଇଛି ….
ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲଦୁ ମେଳଣ ପଡିଆରେ ପଞ୍ଚୁ୍ଦୋଳ ମେଳଣ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି ମେଳଣ ପଡିଆକୁ ଠାକୁର ମାନଙ୍କ ବିମାନ ଗୁଡିକ ବିଭିନ୍ନ ମେଢ଼ରେ ସୁସଜିତ କରାଯାଇ ବିରାଟ ପାଟୁଆରେ ବାଜାବାଣ ସହିତ ନାଚକୁଦ କରି ଭକ୍ତମାନେ ମେଳଣ ପଡିଆକୁ ଆଣିଥିଲେ l ଏହି ମେଳଣ ଚାରିଦିନ ଧରି ଚାଲିବ l ପ୍ରତିଦିନ ଏହି ମେଳଣ ପଡିଆରେ ହଜାର ହଜାର ଭକ୍ତଙ୍କ ଭିଡ଼ ହେବା ସହିତ ମେଲୋଡି, ରାମନାଟକ ଓ ନାଟକ ପରିବେଷଣ କରାଯାଉଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)