March 10, 2026

ଐତିହାସିକ ଘଟପର୍ବ ମା ଠାକୁରାଣୀଙ୍କ ଯାତ୍ରା ନେଇ ଶୁଭଖୁଣ୍ଟି ସ୍ଥାପନ

Screenshot_2023-04-02-19-27-01-358_com.whatsapp
Share

 

ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର. ଉଦୟଗିରି-ସହରର ଅଧିଷ୍ଠାତ୍ରୀ ଦେବି ମା ସାରଳା ଠାକୁରାଣୀଙ୍କ ଘଟ ପର୍ବ ଲାଗି ଆଜି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମା ଙ୍କ ଐତିହାସିକ ଯାତ୍ରା ଲାଗି ଘଣ୍ଟ ଘଣ୍ଟା ହୁଳୁ ହୁଳି ଓ ମନ୍ତ୍ର ଧ୍ୱନିରେ ସ୍ଥାପନ କରାଗଲା ଶୁଭଖୁଣ୍ଟି l ଏଥିଲାଗି ଗ୍ରାମର ଶ୍ରଦ୍ଧାଳୁ ମାନେ ପାହାଡ଼ ନିକଟରେ ଥିବା ଏକ ବେଲ ବଣକୁ ଯାଇ ବେଲ ବରଣ କରିବା ସହ ଏହି ଘଟପର୍ବ ବା ମାଙ୍କ ଯାତ୍ରା କିପରି ସୁରୁଖୁରୁରେ ହେବ ସେଥିଲାଗି ବିଭିନ୍ନ ନୀତିକାନ୍ତିରେ ପୁରେହିତ ମାନଙ୍କ ଦ୍ୱାରା ପୂଜା ପଦ୍ଧତି କରି ଆଶିଷ ଭିକ୍ଷା କରି ବେଲ ବରଣ କରି ମାଙ୍କ ଅସ୍ଥାୟୀ ମନ୍ଦିରକୁ ନିମନ୍ତ୍ରଣ କରି ଶୁଭଖୁଣ୍ଟି ସ୍ଥାପନ କରିଥିଲେ l ତେବେ ପୂର୍ବ ବର୍ଷ କରୋନା କଟକଣା ଥିବା ହେତୁ କେବଳ ମାଙ୍କ ଯାତ୍ରାର ପରମ୍ପରା କୁ ବଜାୟ ରଖିବା ଲାଗି କେବଳ ନୀତିକାନ୍ତି ହେବା ସହ ନଗର ପରିଭ୍ରମଣ ବନ୍ଦ ଥିଲା l ହେଲେ ଚଳିତ ବର୍ଷ କରୋନା କଟକଣା ନ ଥିବା ଏବଂ ପରିସ୍ଥିତି ସ୍ୱାଭାବିକ ଥିବା ହେତୁ ଏବର୍ଷ ମାଙ୍କ ଏହି ଘଟ ପର୍ବ ମହା ଆଡମ୍ବର ସହ ପାଳନ କରିବାକୁ ନିଷ୍ପତି ନେଇଛି ଯାତ୍ରା କମିଟି l ସେପଟେ ଦୁଇ ବର୍ଷକୁ ଥରେ ଏହି ଯାତ୍ରା ବା ମାଙ୍କ ଆଗମନକୁ ନେଇ ଆର.ଉଦୟଗିରି ସହର ବେସ ଉତ୍ସାହ ଥିବା ଦେଖିବାକୁ ମିଳିଛି l ଏ ବର୍ଷ ମାଙ୍କ ଘଟପର୍ବ ବା ଠାକୁରାଣୀ ଯାତ୍ରା ଏପ୍ରେଲ ମାସ 23 ତାରିଖ ଠାରୁ ଅନୁଷ୍ଠିତ ହୋଇ ପାଞ୍ଚଦିନ ଧରି ହେବାକୁ ଥିବାବେଳେ ଆବଶ୍ୟକ ପଡିଲେ ଆଉ ଦୁଇ ତିନି ଦିନ ଯାତ୍ରାର ସମୟ ସୀମା ବୃଦ୍ଧି କରାଯିବ ବୋଲି ଯାତ୍ରା କମିଟି ସୂଚନା ଦେଇଛି l ଅନ୍ୟପଟେ ଏପ୍ରେଲ 23 ତାରିଖ ଦିନ ମା ସାରଳା ଠାକୁରାଣୀ ନିଜ ମନ୍ଦିରରୁ ବାହାରି ନିଜ ବାପାଘର ଦିଗବାରଣ ସାହି କୁ ଆସି ନଗର ପରିଭ୍ରମଣ କରିବା ସହ ଭକ୍ତଙ୍କୁ ଦର୍ଶନ ଦେବେ l ମାଙ୍କ ଆଗମନକୁ ନେଇ ସ୍ୱାଗତ ଓ ଆଶିଷ ଭିକ୍ଷା ଲାଗି ଚାହିଁବସିଛନ୍ତି ଅଞ୍ଚଳ ବାସି l ସେପଟେ ମାଙ୍କ ଯାତ୍ରା ଲାଗି ଜୋର ସୋର ପ୍ରସ୍ତୁତି ଚଳାଇଛି ଯାତ୍ରା କମିଟି l ଏହି କାର୍ଯ୍ୟକ୍ରମରେ ପୌରହିତ ଗୌରଚନ୍ଦ୍ର ମିଶ୍ର , ନୀତେଇ ମିଶ୍ର ଓ ମିହିରଦାସ ଶର୍ମା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ମନ୍ଦିର କମିଟି ସଦସ୍ୟ ଭିମ ପାଇକ , ବାୟାଧର ରାଉତ , ବୁଲୁ ଗୌଡ଼ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
(ଦୀପକ ପ୍ରଧାନ ଙ୍କ ରିପୋର୍ଟ)