ପଞ୍ଚାୟତ ସ୍ତରିୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ। ଉପାନ୍ତ ଖବର)
ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବେଲଗୁଣ୍ଠା ବ୍ଲକ B D O ସିଙ୍ଗିପୁରମ୍ ହରି, ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରି ପ୍ରଧାନ , କ୍ଷତ୍ରିୟ ବରପୁର ସରପଞ୍ଚ ଶ୍ରୀମତି କମଳ କୁମାରି ପ୍ରଧାନ , ପୂର୍ବତ୍ତନ ସରପଞ୍ଚ ଶ୍ରୀ ମହନ୍ତ ରାମକୃଷ୍ଣ ଦାଶ , ଏବଂ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କର ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ପଞ୍ଚାୟତର ବହୁ ସଂଖ୍ୟକ ଲୋକ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।
