March 9, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ରେଞ୍ଜ ରେ ଜଳୁଛି ଜଙ୍ଗଲ-ବନ ବିଭାଗ ଚେଇଁ ଶୋଇଛି………

IMG-20260302-WA0019
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ରେଞ୍ଜ ଅନ୍ତର୍ଗତ, ବିଭିନ୍ନ ଜଙ୍ଗଲ ରେ ତହରା,ରତନଗୁଡା ଓ ତେଲନଦୀ ବନବିଭାଗ ର ଜଙ୍ଗଲରେ ଲାଗିଛି ନିଆଁ । ଗତ କିଛି ଦିନ ଧରି ନିଆଁ ଲାଗିଥିଲେ ବି ନିଆଁ ଲିଭାଇବା ପାଇଁ ବନ ବିଭାଗ ହୋଇଛି ବିଫଳ । ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ଶାଳ, ପିଆଶାଳ, ମହୁଲ ଭଳି ବିଭିନ୍ନ ମୂଲ୍ୟବାନ ଗଛ ସବୁ ଜଳି ପୋଡ଼ି ନଷ୍ଟ ହେବାରେ ଲାଗିଛି । ଏଥି ସହ ଜଙ୍ଗଲ ରେ ବାସ କରୁଥିବା ବିଭିନ୍ନ ପ୍ରକାର ଜୀବଜନ୍ତୁ, ପଶୁ ପକ୍ଷୀ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି ଓ କିଛି ଯିବ ଜନ୍ତୁ ଜଳି ମଧ୍ୟ ଯାଇଥିବ ବୋଲି ଆଶଙ୍କା କରାଯାଉଛି । ବନବିଭାଗ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଆ କୁ ଲିଭାଇବା ରେ ସଫଳ ହୋଇନାହାନ୍ତି। ଜଙ୍ଗଲ ନଷ୍ଟ ନେଇ ଚିନ୍ତା ରେ ବୁଦ୍ଧିଜୀବୀ । ଏପରି ଯଦି ଜଙ୍ଗଲ ନଷ୍ଟ ହୁଏ ତାହେଲେ ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛ ସବୁ ନଷ୍ଟ ହେବ । ଫଳରେ ଦିନକୁ ଦିନ ପୃଥିବୀ ର ଉସ୍ମତା ବଢିବାରେ ଲାଗିବ। ଏପରିକି ଆମ ଆଗାମୀ ପିଢ଼ି ପାଇଁ ଅମ୍ଳଜାନ ଟିକିଏ ପାଇବା ବି କଷ୍ଟ ହେଇଯିବ । ଏଥିସହ ଜଙ୍ଗଲ ନଷ୍ଟ ହେବ। ଫଳରେ ଅନେକ ହିଂସ୍ର ଜନ୍ତୁ ସହରାଭୀମୁଖି ହେଉଛନ୍ତି, ଏବଂ ଏହା ଦ୍ବାରା ଅନେକ ଧନ ଜୀବନ କ୍ଷତି ହେଉଥିବା ନଜିର ବି ରହିଛି । ବନ ବିଭାଗ ଠିକ୍ ରେ ଯଦି ଜଙ୍ଗଲ ର ସୁରକ୍ଷା ନକରିବ ଏବଂ ଲୋକ ଯଦି ସଚେତନ ନହେବେ ତାହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଭୟ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।