March 11, 2026

ଉମରକୋଟ ଠାରେ ବ୍ଲକ ସ୍ତରୀୟ ଶିକ୍ଷକ ସମ୍ମିଳନୀ ଓ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ……..

IMG-20260302-WA0011
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉମରକୋଟ ଠାରେ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ, ଓଡିଶା ଆନୁକୁଲ୍ୟରେ ବ୍ଲକସ୍ତରୀୟ ଶିକ୍ଷକ ସମ୍ମିଳନୀ ଓ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ଶ୍ରୀ ଟୁଟୁବାବୁ ପଟ୍ଟନାୟକ, ମୁଖ୍ୟ ବକ୍ତା ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ବରେଣ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା, ସମ୍ମାନିତ ଅତିଥି ଶ୍ରୀ ଲକ୍ଷ୍ମୀକାନ୍ତ ବାହିନୀପତି, ଶ୍ରୀ ସର୍ବେଶ୍ୱର ମଲ୍ଲିକ, ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ମାର୍କଣ୍ଡ ଵେବର୍ତ୍ତା, କାର୍ଯ୍ୟକାରୀ ସଭାପତି ଶ୍ରୀ ଅରୁଣ କୁମାର ବେହେରା, ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ କୁମାର ନାୟକ, ସମ୍ପାଦକ ଶ୍ରୀ ସମୀର କୁମାର ପ୍ରଧାନ,ଶ୍ରୀମତୀ ଚଇତି ଗଣ୍ଡ, ଶ୍ରୀମତୀ ରଂଜିତା କୁଅଁର ମଞ୍ଚାସୀନ ଥିଲେ l ଶ୍ରୀ ସମୀର କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଦମୟନ୍ତୀ ଗାଣ୍ଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଶ୍ରୀ ସର୍ବେଶ୍ୱର ମଲ୍ଲିକ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ ଉପାନ୍ତ ଅଂଚଳରେ ଶିକ୍ଷାର କ୍ରମୋନ୍ନତି ଓ ଡ୍ରପ ଆଉଟ ହ୍ରାସ ବିଷୟରେ ମତ ରଖି ସ୍ନାତକ ଶିକ୍ଷକ ସଂଘ ନେଇଥିବା ବଳିଷ୍ଠ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ l ତତ୍ପରେ ଅବସର ନେଇଥିବା କିଶୋର ଚନ୍ଦ୍ର ପାତ୍ର, ସି. ଏଚ. ବାଳକୃଷ୍ଣ ପଟ୍ଟନାୟକ,ଭାସ୍କର ବେହେରା,ମହେନ୍ଦ୍ର କୁମାର ଦାଶ,ଦିବାକର ପରିଡା,ସବିତା ନାୟକ, ଗୀତାଞ୍ଜଳି ଦାଶ, ଅଶୋକ କୁମାର ସାହୁ, ବୈକୁଣ୍ଠନାଥ ମହାପାତ୍ର, ହରସିତ ମାଲାକାର,ସର୍ବେଶ୍ୱର ମଲ୍ଲିକ, ପ୍ରମୋଦ କୁମାର ପଟ୍ଟନାୟକ, ଶରତ ଚନ୍ଦ୍ର ସାହୁ, ଚାରୁଲତା ପରିଡା, ରାଜକିଶୋର ନାୟକଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ରାଜ୍ୟସ୍ତରୀୟ ଶିକ୍ଷକ ସଂଘ ତରଫରୁ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବାହିନୀପତି ଓ ଶ୍ରୀଯୁକ୍ତ ଟୁଟୁବାବୁ ପଟ୍ଟନାୟକଙ୍କୁ “ଚାଣକ୍ୟ ସମ୍ମାନ”ରେ ସମ୍ମାନିତ କରା ଯାଇଥିଲା l ଏହି କାର୍ଯ୍ୟ କ୍ରମରେ ଯେଉଁମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ ସୁଦର୍ଶନ ହରିଜନ, ମନୋରଞ୍ଜନ ପାଢୀ,ଦେବେନ୍ଦ୍ରନାଥ ପଣ୍ଡା,ପ୍ରଭାତୀ ଦେବନାଥ,ଦିଲ୍ଲୀପ କୁମାର ପଟ୍ଟନାୟକ, ଫନିନ୍ଦ୍ର ଗାଇନ, ସପନ ରାୟ, ସପନ ସରକାର, ମଙ୍ଗଳା ବେହେରା, ଫଗୁ ବଞ୍ଜରା,ମାନସ ରଞ୍ଜନ ନାୟକ, ନିତାଇ କୁମାର ମଣ୍ଡଳ,ଦୁର୍ଗା ପ୍ରସନ୍ନ ନାୟକ,ସନଧର ମାଝୀ,ବିଷ୍ଣୁ ପ୍ରସାଦ ସାହୁ, ନୀଳକଣ୍ଠ ଚମ୍ପତି,ରଞ୍ଜନ ଗୌଡ଼, ନମିତା ବିଶ୍ୱାସ, ସନ୍ତୋଷ ସାହୁ, ଆଲୋକ ଷଣ୍ଢ,ଅକ୍ଷୟ କୁମାର ସେଠୀ, ଫନିନ୍ଦ୍ର ଗାଇନ,ଶେଖ ନାସିରୁଦ୍ଦିନ, ମଧୁସୂଦନ ଜେନା,ରାମ କୁମାର ମାଝୀ,ଉମାକାନ୍ତ ପଟ୍ଟନାୟକ,ଅଜିତ ବିଶ୍ୱାସ, ଦିଲୀପ ରଜକ ଦାସ, ସମୀର ଗନ୍ତାୟତ ଓ ଶିବାନନ୍ଦ ମାଟିଆ ପ୍ରମୁଖ ବହୁ ସଂଖ୍ୟାରେ ଶିକ୍ଷକ, ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀ ସୁଦର୍ଶନ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ l