ଉମରକୋଟ ନିକଟସ୍ଥ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ରଜକ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ରେ ବସବାସ କରୁଥିବା ରଜକ ସମାଜ ର ବାର୍ଷିକ ଉତ୍ସବ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ୩ନମ୍ବର ୱାର୍ଡ ଅର୍ନ୍ତଗତ ଢେପଗୁଡ଼। ଠାରେ ଥିବା ରଜକ ସମାଜର ସଙ୍ଗ ଗୃହ ଠାରେ ମହାଆଡମ୍ବର ସହକାରେ ଆଜି ପାଳନ କରାଯାଇଛି।।ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ଯ।ନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ଗଣ୍ଡ, ୩ ନମ୍ବର ୱାର୍ଡ ର କାଉନସିଲର ମନୋଜ କୁମାର ନାୟକ, ଛତିଶଗଡ଼ ରାଜ୍ୟର ରଜକ ସଙ୍ଗ ସଭାପତି ସାରଦା ଗ୍ବାଲେ, ସମ୍ପାଦକ ଲଛନ ନିର୍ମର୍କର,ଉମରକୋଟ ବ୍ଲକ ରଜକ ସଭାପତି ଚୁଡ଼ା ନାୟକ, କୋଷାଧ୍ୟକ୍ଷ କୈଳାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମାଜର ଝିଅ ମାନଂକ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା ରେ ରଜକ ସମାଜ ର ଆର୍ଥିକ ଉନ୍ନତି କିପରି ହେଇ ପାରିବ, ବିଶେଷ କରି ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା ବିଶେଷ କରି ନାରୀ ଶିକ୍ଷା ର କିପରି ବିକାଶ ହେଇ ପାରିବ ଓ ବାଲ୍ୟ ବିବାହକୁ ଯେପରି ବିରୋଧ କରାଯିବ ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା ହେଇଥିଲା। ଓଡ଼ିଶା ରୁ ବିଭିନ୍ନ ଅଞ୍ଚଳ ରୁ ୫୦୦ ରୁ ଉର୍ଦ୍ଧ୍ବ ରଜକ ସମ୍ପ୍ରଦାୟ ର ଲୋକେ ଉପସ୍ଥିତ ଥିଲେ।
