ଆଜିର ଖବର…
ଏ ବର୍ଷ ରାଜ୍ୟରେ ହେବ ଅଧିକ ଖରା। ମାର୍ଚ୍ଚରୁ ମେ’ ମାସ ଭିତରେ ୧୫ ଦିନ ଗ୍ରୀଷ୍ମପ୍ରବାହ। ଗରମ ଆହୁରି ବଢ଼ିବ
ରାଜ୍ୟରେ ପ୍ରଦୂଷଣ ଏବଂ ଉଜ୍ଜ୍ବଳ ଲାଇଟ୍ ପ୍ରଭାବରେ ସହର ଓ ଆଖପାଖ ଅଞ୍ଚଳରେ ଆକାଶରେ ତାରା ଦେଖାଯାଉ ନାହାନ୍ତି।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରୀ ଭେଟି। ୪୬ ହଜାର କିମ୍ୱା କମ୍ ପାଉଥିଲେ ମିଳିବ ୭୪୦୦ ଟଙ୍କା ଆଡହକ୍ ବୋନସ୍।
ରାଜ୍ୟର ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲେ ପୁଲିସ।
ହୋଲିରେ ଉତ୍ପାତ କଲେ ଉଠାଇ ନେବ ପୁଲିସ। ସାବାଡ଼ କରିବା ପାଇଁ ସାଧା ପୋଷାକରେ ବୁଲିବେ ସ୍କୁଆଡ଼।
ମହାନଦୀ ଟ୍ରିବ୍ୟୁନାଲଙ୍କ ଛଳନାପୂର୍ଣ୍ଣ କାର୍ଯ୍ୟଶୈଳୀକୁ ବିରୋଧ। ‘ମେ ଫେୟାର’ ହୋଟେଲ ସମ୍ମୁଖରେ ଆନ୍ଦୋଳନକାରୀଙ୍କ ନିରବ ପ୍ରତିବାଦ।
କଟକରେ ପାର୍କିଂ ସମସ୍ୟା ଗୁରୁତର। ସର୍ବସାଧାରଣ ଜାଗାରେ ଲାଗିଛି ମାସିକିଆ ଭଡ଼ା।
ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଆଡ୍ଭାଇଜରି ଜାରି। ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ୍ କଲେ ବାନ୍ଧିବେ ପୁଲିସ।
କୋରାପୁଟ ବୈପାରିଗୁଡ଼ାରେ ଗଞ୍ଜେଇ ମାଫିଆଙ୍କୁ ପିଛା କଲାବେଳେ ପୁଲିସ ବାଇକ୍ ଦୁର୍ଘଟଣାଗ୍ରସ୍ତ। ଦୁଇ ପୁଲିସ କର୍ମଚାରୀ ଗୁରୁତର ଆହତ।
ଗଜପତି ଜିଲ୍ଲାରେ କିଛି ସ୍ଥାନୀୟ ଅଧିବାସୀ କୁନ୍ତୀ ମନ୍ଦିର ନିକଟ ଆଶ୍ରମରେ ଭଙ୍ଗାରୁଜା କରି ନିଆଁ ଲଗାଇ ପୋଡ଼ିଦେଲେ।
ଭୁବନେଶ୍ୱର ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆର୍ମି ଯବାନଙ୍କ ସହ ତିନି ଗିରଫ।
ଢେଙ୍କାନାଳ ପରଜଙ୍ଗରେ ଘରେ ପଶି ମା’ ଓ ଝିଅକୁ ହାଣିଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଅଳଙ୍କାର।
ବୌଦ୍ଧ କୁଲିପଡ଼ା ଘାଟରେ ପହଁରା ଶିଖିଲା ବେଳେ ମହାନଦୀରେ ବୁଡି ନାବାଳକ ମୃତ।
ମୟୁରଭଞ୍ଜ ଉଦଳାରେ ଗୋଠ ଛଡ଼ା ଦନ୍ତା ହାତୀ ପଶିଲା ଗାଁରେ। କିଛି ଲୋକଙ୍କ ଘର ଓ ଗଛ ଭାଙ୍ଗିଲା।
ପ୍ରେସମିଟରେ ପୂର୍ବ ବିଧାୟକ ପ୍ରଭାତ ବିଶ୍ୱାଳ କହିଲେ, ସାଂସଦ ଦେବାଶିଷ ସାମନ୍ତରାୟ ହେଉଛନ୍ତି ମଦୁଆ ଏବଂ ଗୁଣ୍ଡା।
ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବିସ୍ଫୋରଣ, କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଗୁରୁତର।
ମହାରାଷ୍ଟ୍ର ନାଗପୁର ପାଖରେ ରଲଗାଓଁରେ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ୧୭ ଜଣଙ୍କ ମୃତ୍ୟୁ ଓ ୧୮ ଜଣ ଆହତ।
ବିହାରର ହାଜିପୁରରେ ପାଇଖାନା ଟାଙ୍କି ବିଷାକ୍ତ ଗ୍ୟାସ୍ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି, ୩ ଜଣଙ୍କ ଅବସ୍ଥା ଗୁରୁତର।
ଫେବ୍ରୁଆରି ମାସରେ ଦେଶରେ ଜିଏସ୍ଟି ଆଦାୟ ୧.୮୩ ଲକ୍ଷ କୋଟି ଟଙ୍କା। ଗତବର୍ଷ ତୁଳନାରେ ଏହା ୮.୧ ପ୍ରତିଶତ ଅଧିକ।
ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସଓ୍ବାନାରୁ ଆସିଲେ ୯ ଚିତା, ଭାରତରେ ଚିତାବାଘ ସଂଖ୍ୟା ୪୮କୁ ବୃଦ୍ଧି।
ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୮ ପଦକ ମିଳିଛି।
ପୁରୁଷ ଟି୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଭାରତ ସେମିଫାଇନାଲରେ। ଜିମ୍ବାୱେକୁ ହରାଇଲା ଦକ୍ଷିଣ ଆଫ୍ରିକା।
ମହିଳା କ୍ରିକେଟରେ ଭାରତ ବିରୁଦ୍ଧରେ ଶେଷ ଦିନିକିଆକୁ ଅଷ୍ଟ୍ରେଲିଆ ୧୮୫ ରନ୍ର ବ୍ୟବଧାନରେ ଜିତିନେଲା।
ଆମେରିକାର ୧୪ ଘାଟିକୁ ଇରାନର ଟାର୍ଗେଟ୍। କୁଏତରେ ଥିବା ଆମେରିକୀୟ ଘାଟି ଧ୍ୱଂସ କରିଥିବା ଦାବି କଲା ଇରାନ।
ଆଫଗାନିସ୍ତାନର ବାଗ୍ରାମ ଏୟାରବେସ୍ ଉପରେ ପାକିସ୍ତାନୀ ଜେଟ୍ କଲା ବୋମା ମାଡ଼।
ଯୁଦ୍ଧ ଲାଗି ରହିଲେ ଭାରତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ପର୍ଯ୍ୟନ୍ତ ବଢିବାର ସମ୍ଭାବନା।
ଗତବର୍ଷ ଏଇ ସମୟରେ
ରାଜ୍ୟର ପ୍ରତି ଜିଲ୍ଲାରେ କ୍ୟାନସର କେୟାର ସେଣ୍ଟର ହେବ ବୋଲି କହିଥିଲେ ସରକାର।
କର୍ମଜୀବୀ ମହିଳାଙ୍କ ଶିଶୁଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍) ଆରମ୍ଭ ହେବ ବୋଲି କହିଥିଲେ ସରକାର।
ସରକାରୀ ତୈଳ କମ୍ପାନୀ ଗୁଡିକ ଗ୍ୟାସ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ।
ଆଜି ବିଶ୍ୱ କିଶୋର ମାନସିକ ସ୍ୱାସ୍ଥ୍ୟ ଦିବସ
ଆକି ପୋଷା ବିଲେଇ ଦିବସ
ଆଜି ଜନ୍ମଦିନ: ମିଖାଇଲ ଗୋର୍ବାଚୋଭ, ଆନନ୍ଦଜୀ, ଟାଇଗର ଶ୍ରଫ, ଅମିତ ଦାସ (କ୍ରିକେଟ, ରାଉରକେଲା), କାହ୍ନୁ ଚରଣ ଲେଙ୍କା (ନେତା), ଡାନିଏଲ କ୍ରେଗ
ଆଜି ତିରୋଧାନ: ସରୋଜିନୀ ନାଇଡୁ
ଇତିହାସରେ ଆଜି: (୧୪୯୮) ଭାସ୍କୋଡାଗାମା ମୋଜାମ୍ବିକ ପହଁଚିଲେ/ (୧୮୭୭) ଟେକ୍ସସ ସ୍ୱାଧୀନ ହେଲା/ (୧୯୫୨) ସିନ୍ଧ୍ରି ରେ ଦେଶର ପ୍ରଥମ ସରକାରୀ ସାର କାରଖାନା ଆରମ୍ଭ/ (୧୮୩୬) ମେକ୍ସିକୋ କବଳରୁ ଟେକ୍ସାସ ସ୍ୱାଧୀନ/ (୧୯୮୩) ଡାଟା ରଖିବା ପାଇଁ ସିଡ଼ି (CD) ବ୍ୟବହାର ଆରମ୍ଭ ହେଲା/ (୧୯୩୩) କିଙ୍ଗ କଙ୍ଗ ସିନେମା ଲଞ୍ଚ ହେଲା
===================
*ବନ୍ଦେ ଉତ୍କଳ ଜନନୀ*
