March 11, 2026

ଛତ୍ରପୁର,ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ବାର୍ଷିକୀ ଉତ୍ସବ ଉପଲକ୍ଷେ 3ଦିନିଆ ମାରାମଚଣ୍ଡୀ ମହୋତ୍ସବ 2024 ମନ୍ଦିର ନିକଟରେ ଆଜି ଉଦଘାଟିତ ହୋଇଛି

maa
Share

                                                                                                                                                                                                ଛତ୍ରପୁର,ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ବାର୍ଷିକୀ ଉତ୍ସବ ଉପଲକ୍ଷେ 3ଦିନିଆ ମାରାମଚଣ୍ଡୀ ମହୋତ୍ସବ 2024 ମନ୍ଦିର ନିକଟରେ ଆଜି ଉଦଘାଟିତ ହୋଇଛି l ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ କାଶୀନାଥ ବ୍ରହ୍ମା ପ୍ରଦୀପପ୍ରଜ୍ବଳନ କରି ଉଦଘାଟନ କରିଛନ୍ତି l ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଉତ୍ସବ କୁ ନେଇ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କମିଟି ର ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ସଂଯୋଜକ କମଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା ରବୀନ୍ଦ୍ର ପଣ୍ଡା,କରପଡା ସରପଞ୍ଚ ଅଜୟ କୁମାର ନାୟକ , ଅରୁଣ କୁମାର ପଣ୍ଡା,କ୍ଷୀରୋଦ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଗଞ୍ଜାମ ର ଲୋକକଳା ସାଙ୍ଗକୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କଳାକାର l ବ୍ରହ୍ମପୁର, ଛତ୍ରପୁର ର ସମେତ ଜ଼ିଲ୍ଲା ର ବିଭିର୍ଣ୍ଣ ପ୍ରାନ୍ତ ରୁ କଳାକାର ପରିବେଷଣ କରିଥିଲେ l ମନ୍ଦିର ପ୍ରତିଷ୍ଠା ପାଇଁ ଘୃତଯଜ୍ଞ,ସାଙ୍ଗକୁ ଆସନ୍ତା କାଲି ନାମ ଯଜ୍ଞ ଆରମ୍ଭ ହେବ l ପଣ୍ଡିତ ମାନେ ଏହି କାର୍ଯ୍ୟ କରୁଛନ୍ତି l ଗଞ୍ଜାମ ଏସ ପି ଜଗମୋହନ ମୀନା ଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଏସ ଡି ପି ଓ ଗୌର ହରି ସାହୁ ଗଞ୍ଜାମ ଆଇଆଉଁସି ନମିତା ପାତ୍ର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପୁଲିସ ମୁତୟନ କରାଯାଇଛି l(ଅରୁଣ କୁମାର ପଣ୍ଡା )