March 8, 2026

ଜିଲ୍ଲାର ଚତୁର୍ଥ ଦେଶଫାଲ ମହୋତ୍ସବରେ ଏଥର ପୁଣି ଗ୍ରାମ୍ୟ ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳିବ

uihiuhui
Share

 

ସୁବର୍ଣ୍ଣପୁର-ଜିଲ୍ଲାର ଚତୁର୍ଥ ଦେଶଫାଲ ମହୋତ୍ସବରେ ଏଥର ପୁଣି ଗ୍ରାମ୍ୟ ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳିବ ।ତୃଣମୂଳସ୍ତରର କଳାକାରମାନେ ଏକ ମଂଚ ପାଇବା ସହିତ କୁଟୀର ଶିଳ୍ପ ଓ ହସ୍ତଶିଳ୍ପ କାରୀଗରମାନଙ୍କ ଆର୍ଥିକ ବିକାଶ ହେବ ।ବେଶ ଧୂମଧାମରେ ଏଥର ଦେଶଫାଲ ମହୋତ୍ସବ ପାଳନ କରିବା ପାଇଁ ମହୋତ୍ସବ କମିଟି ବ୍ୟାପକ ପ୍ରସ୍ତୁତି କରିଛି ।ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କ ସଦର ମହକୁମା ବାସଭବନରେ ଦେଶଫାଲ ମହୋତ୍ସବ କମିଟିର ସଭ୍ୟମାନେ ଏକତ୍ରୀତ ହୋଇ ପ୍ରସ୍ତୁତି ବୈଠକ କରିଛନ୍ତି ।ଆଗାମୀ 4 ତାରିଖରୁ 6 ତାରିଖ ପର୍ଯ୍ୟନ୍ତି ତିନିଦିନ ଧରି ହେବାକୁ ଥିବା ଏହି ଲୋକମହୋତ୍ସବରେ ଏଥର କରମା ନୃତ୍ୟ ,ଆଦିବାସୀ ନୃତ୍ୟ ,ଡାଲଖାଇ ,ରୁମକୁ ଝୁମାନା ,ରସରକେଲି ,ବାଇଧନ ଆଦି ଆଦି ଲୋକନୃତ୍ୟ ଆଦି ପରିବେଷଣ କରାଯିବ ବୋଲି ଲୋକ ମହୋତ୍ସବର ଆୟୋଜକ ମଣ୍ଡଳୀ ସଭାପତି ପଦ୍ମଲୋଚନ ମିଶ୍ର ସୂଚନା ଦେଇଛନ୍ତି ।ଏହି ମହୋତ୍ସବର ସାଂସ୍କୃତିକ ସଂଧ୍ୟା ଗୁଡିକରେ ସ୍ଥାନୀୟ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ପଡୋଶୀ ଜିଲ୍ଲା ଗୁଡିକର ବିଧାୟକ ,ସାଂସଦ ଆଦି ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।ସ୍ଥାନୀୟ ବିଧାୟକ ତଥା ଆୟୋଜକ ମଣ୍ଡଳୀ ଉପଦେଷ୍ଟା ପଦ୍ମନାଭ ବେହେରା ଏହି ମହୋତ୍ସବକୁ ସଫଳ କରିବା ପାଇଁ ଆୟୋଜକମଣ୍ଡଳୀ ସହିତ ସବିଶେଷ ଆଲୋଚନା କରିଥିବା ଆୟୋଜକ ମଣ୍ଡଳୀ ସଭାପତି ପଦ୍ମଲୋଚନ ମିଶ୍ର ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁର ରୁ ସୁଶାନ୍ତ ସାହୁ