କୁନ୍ଦୁରା ବ୍ଲକ ବିଜୁ ଜନତା ତରଫରୁ ଆଜି ବ୍ଲକ bjd କାର୍ଯ୍ଯାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
କୋରାପୁଟ ଜିଲ୍ଲା 02/03/23:-କୁନ୍ଦୁରା ବ୍ଲକ ବିଜୁ ଜନତା ତରଫରୁ ଆଜି ବ୍ଲକ bjd କାର୍ଯ୍ଯାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀରେ ଦେଇଥିବା ଲିଖିତ ବିବୃତି ଅନୁସାରେ ଗତ ତା 28.2 ରିଖ ଦିନ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଏବଂ ଉପାଧ୍ୟକ୍ଷ ତରୁଣୀସେନ ବିଶୋଇ ଫୁପୁଗାଁ ପଞ୍ଚାୟତର ଯବା ପାତ୍ରପୁଟ ଗାଁ ର ଅମୃତ ସରୋବର ପୋଖରୀ ଖନନ ରେ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଛନ୍ତି l ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଭିତ୍ତିକ ଅଭିଯୋଗ ନୂହେଁ l ପୋଖରୀର ଜଳସ୍ତର 12 ଫୁଟ୍ ଥିବାବେଳେ ହୁଡ଼ା ଚାରିପଟେ ମୋରମ୍ ରାସ୍ତା ହୋଇଛି, ଘାସ ଲାଗିଛି, ଚେୟାର ପଡ଼ିଛି, ଗଛ ଲାଗିଛି, ଓ ତାର ବାଡ଼ ମଧ୍ଯ ଦିଆଯାଇଛି l ପଞ୍ଚାୟତ ର ସମସ୍ତ ଉନ୍ନୟନ ମୂଳକ କାମ ତଦାରଖ ପାଇଁ je, grs, ସରପଞ୍ଚ, ସମିତି ସଭ୍ୟ, ରହିଛନ୍ତି l ଇଷ୍ଟିମେଟ୍ ଅନୁସାରେ କାମ ଚାଲିଛି, ସେମାନେ କେମିତି ଜାଣିଲେ କାମ ହୋଇନାହିଁ, ସେମାନେ ଟେକ୍ନିକାଲ୍ ପର୍ସନ ନା ଇଷ୍ଟିମେଟ୍ ଅଫିସର l ତାଙ୍କର ନିଜ ଅପାରଗତାକୁ ପ୍ରମାଣ କରିଛନ୍ତି l ଯାହାର ତଦାରଖ କରିବା, ନିର୍ଦ୍ଦେଶ ଦେବା, ତାଗୀତ କରିବାର କ୍ଷମତା ଅଛି ସେମାନେ ତାହା ନ କରି ଭିଜିଲାନ୍ସର ଦ୍ୱାରସ୍ଥ ହେବା କୁନ୍ଦୁରା ବ୍ଲକ ପାଇଁ ହାଶ୍ୟାସ୍ପଦ ଘଟଣା l ଯାହାଦ୍ୱାରା ବ୍ଲକ ଦୂରନାମ ହେଉଛି, ବ୍ଲକର ଆଦର୍ଶ ଉପରେ ଆଞ୍ଚ୍ ଆସୁଛି, ଶାନ୍ତି ଓ ଏକତା ନଷ୍ଠ ହେଉଛି l ଏଭଳି କାର୍ଯ୍ୟରୁ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ନିବୃତ୍ତ ରୁହନ୍ତୁ ନଚେତ୍ ଆଗାମି ଦିନରେ ବ୍ଲକ ର ସଚେତନ ଜନସାଧାରଣ ଏହାର ଉଚିତ୍ ଜାବାବ ଦେବେ ବୋଲି କହିଛନ୍ତି l ଅଧ୍ୟକ୍ଷା କୌଣସି ଜନ ପ୍ରତିନିଧିଙ୍କ କଥା ନ ଶୁଣି ନିଜ ଅକ୍ତିଆରରେ ମନମୁଖୀ ବ୍ଲକ ପରିଚାଳନା କରିବାକୁ ଚାହୁଁଛନ୍ତି l କ୍ଷମତାକୁ ଆସିବା ପରେ ନେତା ଜଣକ ସର୍ବସାଧାରଣଙ୍କ ପାଇଁ କାମ କରିବାକୁ ପଡିଥାଏ କିନ୍ତୁ ଅଧ୍ୟକ୍ଷା ଦଳୀୟ ନେତା ଓ କର୍ମୀଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା କହିଛନ୍ତି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ବ୍ଲକ ବିଜୁ ଜନତାଦଳ ସଭାପତି ବୃନ୍ଦାବନ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ଯା କନକଲତା ପେଣ୍ଟିଆ, ଜିଲ୍ଲା ଯୁବ ଉପ ସଭାପତି ରମାକାନ୍ତ ମିଶ୍ର, ଯୁବ ସଭାପତି ବିକ୍ରମ
ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା