November 15, 2024

ପାରଳାଖେମୁଣ୍ଡି ନୃସିଂହନାଥ ମଠରେ ଶ୍ରୀମଦଭାଗବତ ସପ୍ତାହ ବ୍ୟାପି ମହାଯଜ୍ଞ ପାରାୟଣ ଅନୁଷ୍ଠିତ

Share

 

ପାରଳାଖେମୁଣ୍ଡି:,୨/୩(ସବ୍ୟୁ)ଗଜପତି ଜିଲ୍ଲା ସଦର ମହକୁମା ପାରଳାକେମୁଣ୍ଡି ସହରର କରଣସାହି ଠାରେ ଥିବା ନୃସିଂହ ନାଥ ମଠରେ ଗତ ୨୪ ତାରିଖ ତଥା ଫାଲଗୁନ ମାସ ଶୁକ୍ଲପକ୍ଷ ତୃତୀୟ ଠାରୁ ଆଜି ଶୁକ୍ଲପକ୍ଷ ଦଶମୀ ୭ ଦିନ ବ୍ୟାପୀ ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ସକାଳ ୭ଘଣ୍ଟା ଠାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ହେଉଥିଲା । ନୃସିଂହ ନାଥ ମଠର ମହନ୍ତ ଶ୍ରୀମଦନ ଗୋପାଳ ଦାସଜୀ ମହାରାଜଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୃନ୍ଦାବନଧାମରୁ ଆସିଥିବା ମହନ୍ତ ଶ୍ରୀ ସତାନତ ଦାସଜୀ ମହାରାଜ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ କରିଥିଲେ । ଶ୍ରୀମଦଭାଗବତ ପାରାୟଣ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ଭଗବାନଙ୍କର ଜନ୍ମୋତ୍ସବ, ବାଲ୍ୟଲୀଳା, ରୁକୁଣୀ ହରଣ ଲୀଳା, ଆଦି ପ୍ରସଙ୍ଗ ପାରାୟଣ କରିବା ସହ ସମବେତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ପ୍ରାଞ୍ଜାଳ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ମଠର ମଧୂସୁଦନ ଦାସ ବାବା ପରିଚାଳନା କରିଥିଲେ । କରଣ ସାହି ସ୍ଥିତ ଜୟ ମହାବୀର ଧ୍ୟାନପୀଠ ସଂକୀର୍ତ୍ତନ ଦଳର ସବାପତି ବୀର କିଶୋର ପଟ୍ଟନାୟକଙ୍କ ଦ୍ୱାରା ମହାମନ୍ତ୍ର ନାମ ପରିବେଷଣ କରାଯାଇଥିଲା । ଏହି ପାରାୟଣରେ ମିଷ୍ଟାନ୍ନ ବଣ୍ଟନ, ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ହୋଇଥିଲେ । ସପ୍ତାହ ବ୍ୟାପୀ ଶ୍ରୀମଦଭାଗବତ ପାରାୟଣରେ ସହରର ବହୁ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଏପରି ପାରାୟଣ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।