March 11, 2026

କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ତିନିମୁହାଣୀ ଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ ।।

uighiuiu
Share

 

ମନ୍ତ୍ରୀ ନବ ଦାସଙ୍କ ଦିନ ଦ୍ଵିପ୍ରହରରେ ହତ୍ୟା ଓ ରାଜ୍ୟ ସରକାରଙ୍କ ତଦନ୍ତରେ ଶିଥିଳତା ନିମନ୍ତେ ବିକ୍ଷୋଭ ବେଳେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ବେଆଇନ ଗିରଫଦାରୀ ଓ ପୋଲିସର ଅମାନୁଷିକ ଆକ୍ରମଣ ପ୍ରତିବାଦ ରେ ଯୁବମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ମାନସ ରଞ୍ଜନ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ତିନିମୁହାଣି ଛକ ଠାରେ ଏକ ପ୍ରତିବାଦ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ରାଜ୍ୟରେ ଏକ ଅପାରଗ ଓ ଅଥର୍ବ ସରକାର ଶାସନ କରୁଛି l ରାଜ୍ୟର ଆଇଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ l ସାଧାରଣ ଜନତା ଠୁଁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଅସୁରକ୍ଷିତ l ତେଣୁ ଏଭଳି ମୁଖ୍ୟମନ୍ତ୍ରୀଙ୍କ କ୍ଷମତାରେ ରହିବା ଆଦୌ ଉଚିତ୍ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭପତି କିଶୋର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ସୁନାକର ବେହେରା,ମାନସ ମହାନ୍ତି, ରାଜ୍ୟ ପ୍ରବକ୍ତା ତେଜେଶ୍ୱର୍ ପରିଡ଼ା,ଜିଲ୍ଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ,ଶଶାଙ୍କ ଶେଖର ସେଠୀ, ଯୁବମୋର୍ଚ୍ଚା ପ୍ରଭାରୀ ଅଭିମନ୍ୟୁ ଗୋଚ୍ଛାୟତ, ସମ୍ପାଦକ ବିକ୍ରମା ଦିତ୍ୟ ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରତିରଞ୍ଜନ ଜେନା,ଅବିନାଶ ସ୍ୱାଇଁ, ଉମାକାନ୍ତ ନାୟକ,ବଳରାମ ବେହେରା , ପୁରୁଷୋତ୍ତମ ଦାଶ, ହରେକୃଷ୍ଣ ରାୟ, ରଞ୍ଜିତ ଆଚାର୍ଯ୍ୟ, ଗୋକୁଳ ବେହେରା, ନିହାର ରଞ୍ଜନ ମହାନ୍ତି, ନାରାୟଣ ପ୍ରସାଦ ସିଂ,ଧୀରେନ୍ଦ୍ର ଶତପଥି, ମଙ୍ଗୁଳି ଚରଣ ପାତ୍ର ପ୍ରମୁଖ ଯୋଗଦେଇ ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ ଓ ସରକାର ବିରୋଧରେ ବକ୍ତବ୍ୟ ମାନ ଦେଇଥିଲେ l ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l
ରିପୋର୍ଟ – ଗୋକୁଳ