ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ହେଲେ ଜଗବନ୍ଧୁ ଦାସ ….
ଗଜପତି ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ।ଏହି ଅଞ୍ଚଳରେ ଗତ କିଛି ବର୍ଷ ହେଲା ବିରୋଧି ଦଳ ମୋହନା ନିର୍ବାଚନ ମଣ୍ଡଳୀ ଏବଂ ପାରଳାଖେମୁଣ୍ଡି ଦଖଲ କରୁଛି।ଏହି ଗତ ପଞ୍ଚାୟତ ଏବଂ ପୌର ପରିଷଦ ନିର୍ବାଚନରେ କେବଳ ବିଜେଡି ବହୁ ସଂଖ୍ୟକ ଆସନ ପାଇ ବ୍ଲକ ପୌର ପରିଷଦ ଦଖଲ କରି ଶାସନ କରୁଛି।ଏହି ଦୃଷ୍ଟିରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବହୁ ଦିନ ପରେ ଦଳୀୟ କର୍ମକର୍ତ୍ତା ବଦଳ କରିଛନ୍ତି।ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ କର୍ମକର୍ତ୍ତା ଅଦଳ ବଦଳ କରିଛନ୍ତି।ସେହି ଦୃଷ୍ଟିରୁ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର. ଉଦୟଗିରି ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବର୍ତ୍ତମାନର ଆର. ଉଦୟଗିରି ବ୍ଲକର ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ ଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଦଳୀୟ ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି।ଶ୍ରୀ ଦାସ ସଭାପତି ହେବା ପରେ ଆଜି ମୋହନା ବ୍ଲକର ଶତାଧିକ କର୍ମୀ ସ୍ୱାଗତ କରିବାସହ ଦଳ ଆହୁରି ମଜବୁତ ହେବା ସଙ୍ଗେ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା ଟାଣ କରିବୁ ବୋଲି କର୍ମୀ ଆନନ୍ଦର ସହ ପ୍ରକାଶ କରିଛନ୍ତି।ନିଜ ପ୍ରତିକ୍ରିୟାରେ ଶ୍ରୀ ଦାସ ପ୍ରକାଶ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ଘରେ ଘରେ ପହଞ୍ଚାଇବା ସହ ବିଜେଡିକୁ ଉପରକୁ ନେବାକୁ ଚେଷ୍ଟା କରିବା ସହ ଗରିବଙ୍କ ନିକଟକୁ ସରକାରଙ୍କ ଯୋଜନା ଗୁଡିକୁ ପହଞ୍ଚାଇବୁ।ଆଜି ଜିଲ୍ଲା ସଭାପତି ହେବାପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞତାଜଣାଇବା ସହ ଦଳୀୟ ନିୟମ ମାନି ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ପ୍ରକାଶ କରିବା ସଙ୍ଗେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ କର୍ମୀଙ୍କ ସହଯୋଗ କାମନା କରିଛନ୍ତି।