ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ଆମ ପଞ୍ଚାୟତ ର ଲକ୍ଷ
ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପାଜ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗra acharjya rajanikanta mahaja, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇ ଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋସ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ଭଲ ସ୍ରୋତକୁ ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
