May 19, 2025

ସାତପହଣ୍ତିଆରେ ଧାନ ମଣ୍ଡିର ଶୁଭାରମ୍ଭ….

Share

କୁକୁଡ଼ାଖଣ୍ତି ବ୍ଲକ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ ଗୁରୁବାର ଠାରୁ ଆରମ୍ଭ ହୋଇଛି । କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳଝୋଳି ପଞ୍ଚାୟତ ଅଧୀନରେ ଥିବା ସାତପହଣ୍ତିଆ ଗ୍ରାମରେ ସୂର୍ଯ୍ୟମୁଖୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିକୁ କୁକୁଡ଼ାଖଣ୍ତି ବ୍ଲକ ସିଡିପିଓ କୁସୁମ କୁମାରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିବା ସହ ଚାଷୀ ମାନେ ଯେପରି ସୁବିଧାରେ ଧାନ ବିକ୍ରୟ କରିପାରିବେ ସେଥିପ୍ରତି ଉଚିତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ମାଧ୍ୟମରେ ମାଆ ମାନେ ସଶକ୍ତ ହୋଇଛନ୍ତି । ତେଣୁ ଏହି ଧାନମଣ୍ଡି ମାଧ୍ୟମରେ ମାଆ ମାନେ ସେମାନଙ୍କର ଦାୟିତ୍ଵ ଓ ସେବାକୁ ଉପଯୁକ୍ତ ଭାବେ ପରିଚାଳନା କରିପାରିବେ ବୋଲି ସରପଞ୍ଚଙ୍କ ଅନୁରୋଧ କରିଥିଲେ । ଏହି ମଣ୍ଡି ଉଦଘାଟନର ପ୍ରଥମ ଦିନରେ ଚାଷୀ ଗୋପାଳ ମହାଙ୍କୁଡଙ୍କ ଠାରୁ ୯୯ କୁଇଣ୍ଟାଲ ଧାନକ୍ରୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିପିସି ନିଳାଞ୍ଚଳ ସାହୁ, ମିଲର ସାକା ସୁଜିତ୍ ,ଗୋପାଳ ମହାଙ୍କୁଡ, ସମାଜ ସେବକ ବୁଲୁ ପାତ୍ର, ମିଶନ ଶକ୍ତି ପ୍ରତିଭା ମହାନ୍ତି , ସାଗରିକା ବେହେରା , ଅଙ୍ଗନବାଡ଼ି ସଂଘର ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସଭାନେତ୍ରୀ ମାଧୁରୀ ପାତ୍ର , ସମ୍ପଦିକା ମମତା ପ୍ରଧାନ , କେ.ରାଜୁଲୁ ରେଡ୍ଡୀ, ରମା ପ୍ରଧାନ, ମାୟା ପ୍ରଧାନ, ଲକ୍ଷ୍ମୀ ରାଉଳ, ଉଲି ନାଇକ, ଏନ୍.ବୁଚୀ, କେ.ସାବିତ୍ରୀ ରେଡ୍ଡୀ , ମନାଷ ନାଇକ, ସୂର୍ଯ୍ୟମୁଖୀ ସ୍ବୟଂ ସହାୟକ ଗୋଷ୍ଠୀର ଡାଟା ଏଣ୍ଟ୍ରି ଅପରେଟର ମାଧୁରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ଅବସରରେ ଚଳିତ ୨୦୨୩ – ୨୪ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡୀରେ ସାଧାରଣ ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୨୦୩ ଟଙ୍କା ରହିଥିବା ଜଣାପଡିଛି । ଏହି ସମୟରେ ରାଇସ ମିଲର ସମେତ ବହୁ ଚାଷୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)