କୋଲନରା ବ୍ଲକ ମିଡ଼ିଆ ସେଲର ବୈଠକ
କୋଲନରା: (ସଞ୍ଜୀବ କୁମାର କଣ୍ଡାଗରୀ )କୋଲନରା ବ୍ଲକ ସଦରରେ ଥିବା ଶ୍ରୀ ଧବଳେଶ୍ବର ମନ୍ଦିର ପରିସରରେ କୋଲନରା ବ୍ଲକ ମିଡ଼ିଆ ସେଲ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବ୍ଲକର ସାମ୍ବାଦିକ ମାନେ ଯୋଗ ଦେଇଥିଲେ | ଉକ୍ତ ବୈଠକରେ ମୁଖ୍ୟତଃ ସମସ୍ତଙ୍କ ସହଯୋଗ, ମିଡ଼ିଆ ସେଲର ଭୂମିକା, ଆଗାମୀ ବ୍ଲକ ମିଡ଼ିଆ ସେଲ କମିଟି ଗଠନ, ବ୍ଲକରେ ସାମ୍ବାଦିକ ଭବନ, ସମସ୍ତ ସଦସ୍ୟଙ୍କ ନାମ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ରଦାନ, ନୂତନ ବର୍ଷ ପାଇଁ ସଂଘ ନାମରେ ଶୁଭେଚ୍ଛା ବାର୍ତ୍ତା କାର୍ଡ ସହିତ ନକଲି ସାମ୍ବାଦିକଙ୍କୁ କିପରି ବ୍ଲକରେ ରୋକାଯାଇ ପାରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା | ପ୍ରତ୍ୟେକ ବ୍ଲକରେ ଏବଂ ଜିଲ୍ଲା ସ୍ତରରେ ଏକାଧିକ ସାମ୍ବାଦିକ ସଂଘ ଗଠନ ହୋଇଥିବା ବେଳେ କୋଲନରା ବ୍ଲକରେ ଆଜି ପର୍ଯ୍ୟନ୍ତ କୌଣସି ସଂଘ ଗଠନ କରାଯାଇ ନାହିଁ ତେଣୁ ଏହି ସାମ୍ବାଦିକ ସଂଘ ଗଠନ କରିବା ନେଇ ସମସ୍ତେ ମତାମତ ଦେଇଥିବା ବେଳେ ଆଜି ତାହା ସମ୍ଭବ ହୋଇପାରିଛି | ଏହି ସଂଘର ସାମ୍ବାଦିକ ମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ନେଇ କାମ କରିବେ ବୋଲି ମିଡ଼ିଆ ସେଲ ପକ୍ଷରୁ କୁହାଯାଇଛି | ଆୟୋଜିତ ବୈଠକକୁ ସାମ୍ବାଦିକ ମନୋଜ କୁମାର ଜେନା ପରିଚାଳନା କରିଥିବା ବେଳେ ସାମ୍ବାଦିକ ସଚିଦାନନ୍ଦ ମହାପାତ୍ର, ନିତ୍ୟାନନ୍ଦ ବୈଷ୍ଣବ, କୈଳାଶ ଚନ୍ଦ୍ର ସ୍ୱାଇଁ, ଅକ୍ଷୟ ମହାନନ୍ଦିଆ, ପୃଥ୍ୱୀରାଜ ମହାନ୍ତି ଓ ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ସାମ୍ବାଦିକ ସୋନୁ ବାଘ ଧନ୍ୟବାଦ୍ ଜଣାଇଥିଲେ |
