March 7, 2026

ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ , ୭ଟି ଘର ଭସ୍ମୀଭୂତ

IMG-20231201-WA0031
Share

ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ , ୭ଟି ଘର ଭସ୍ମୀଭୂତ
ବୁଗୁଡ଼ା : ତା ୦୧/୧୨/୨୩ : ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତର ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ପୋଡି ଭସ୍ମୀଭୂତ ହୋଇ ଯାଇଥିବା ଜଣାଯାଇଛି । ବିଦ୍ଯୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଶିବରାମ ଗୌଡ଼, ଜଗନ୍ନାଥ ପ୍ରଧାନ, ବନମାଳୀ ପ୍ରଧାନ, ମମତା ପ୍ରଧାନ, ସଚ୍ଚିଦାନନ୍ଦ ଦାସ, କାଳୀ ଚରଣ ଦାସ, ରବିନ୍ଦ୍ର ଦାସ ପ୍ରମୁଖଙ୍କ ଘର ସମେତ ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବୁଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘରଗୁଡିକ ସମ୍ପୂର୍ଣ୍ଣ ପୋଡି ଭସ୍ମୀଭୂତ ହୋଇଯାଇଛି ।