September 21, 2024

ପିପୁଲ୍ସ କଲେଜରେ ବିଶ୍ବ ଏଡ୍ସ ଦିବସ ପାଳିତ

Share

ପିପୁଲ୍ସ କଲେଜରେ ବିଶ୍ବ ଏଡ୍ସ ଦିବସ ପାଳିତ
ବୁଗୁଡ଼ା : ତା ୦୧/୧୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଯୁବ ରେଡକ୍ରସ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଓ୍ବାଇଆରସି ପରାମର୍ଶଦାତା ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ବରଡ଼ିପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଡ୍ସ ରୂପକ ଭୟଙ୍କର ରୋଗ ସମ୍ପର୍କେ ସଚେତନତା ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଅକ୍ଷୟ କୁମାର ସାହୁ ଯୋଗ ଦେଇ ସଚେତନତା ହିଁ ଏଡ୍ସ ରୋଗ ପ୍ରତିରୋଧର ଏକ ମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରି ଜନ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସ୍ବେଚ୍ଛାସେବୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଓ୍ବାଇଆରସି ଯୁଗ୍ମପରାମର୍ଶଦାତ୍ରୀ ଅଧ୍ଯାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।