September 21, 2024

ଗଜପତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ କାର୍ଯ୍ୟକ୍ରମ

Share

ଗଜପତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ କାର୍ଯ୍ୟକ୍ରମ
———————————————
ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଏବଂ ଜିଲ୍ଲାର ପିତୃମାତୃ ହୀନ, ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଜିଲ୍ଲା ବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସହଯୋଗ’ରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ସଂଯୋଜନା କରି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କ’ରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ଏହିଁ କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ପିତୃମାତୃ ହୀନ , ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେଉଥିବା ପିତାମାତା ମାନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରି ଆମ ଜିଲ୍ଲା’ରୁ ଅନ୍ୟ ଜିଲ୍ଲା , ରାଜ୍ୟ ଏବଂ ବିଦେଶ’କୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ଶିଶୁ ଏବଂ ସେମାନଙ୍କର ଆଇନତଃ ପିତାମାତାଙ୍କ ସହ ଭିଡ଼ିଓ କଲ୍ ମାଧ୍ୟମରେ ପିଲା ମାନଙ୍କର ଭଲମନ୍ଦ ବୁଝିବା ସହ ପିତା-ମାତାଙ୍କ ସହ ଆଲୋଚନା କରିଥିଲେ।
ଆମ ଜିଲ୍ଲା’ର ଦମ୍ପତ୍ତି ଅନ୍ୟ ଜିଲ୍ଲା ତଥା ରାଜ୍ୟ’ରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଯୋଗୁଁ ସେମାନଙ୍କୁ ଉତ୍ତରୀୟ ଏବଂ ଶିଶୁମାନଙ୍କୁ ଖେଳନା ପ୍ରଦାନ କରି ଉତ୍ସାହିତ କରିବା ସହ ସେମାନ’ଙ୍କର ଅନୁଭୁତିକୁ ପଚାରି ବୁଝିଥିଲେ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟରେ ସମ୍ୟକ ସୂଚନା ଦେବା ସହ ଯେଉଁ ଶିଶୁ ମାନେ ଆଇନତଃ ମୁକ୍ତ ହୋଇ ଶିଶୁ ଯତ୍ନ ଅନୁଷ୍ଠାନ’ରେ ରହିଛନ୍ତି ସେମାନେ କିପରି ନୂତନ ପିତାମାତା ଶୀଘ୍ର ପାଇବେ ସେଥିପାଇଁ କାମନା କରିଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ଗୁଣନିଧି ନାୟକ କାର୍ଯ୍ୟକ୍ରମ’ରେ ଯୋଗଦେଇ ଆମ ଜିଲ୍ଲା’ରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପିତାମାତା’ଙ୍କୁ ସ୍ବାଗତ କରିବା ସହ ଗୋଟିଏ ଶିଶୁ ଅନନ୍ୟ ହେବା ପାଇଁ ନିଜ ମଧ୍ୟରେ ଭଲପାଇବା , ସହନଶୀଳତା ରକ୍ଷା କରିବା , ଆଚରଣ ଓ ଉଚ୍ଚାରଣ କୁ ଗୁରୁତ୍ବ ଦେବା ଯାହାକି , ଶିଶୁ’ର ବିକାଶ ଉପରେ ପ୍ରଭାବ ପକାଇ ଶିଶୁଟି ଉତ୍ତମ ନାଗରିକ ହୋଇପାରିବ।
ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଆକର୍ଷଣ ଥିଲା:- ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ ସାଲୋମ” ର ୪୯ ତମ ଶିଶୁ’କୁ ତଥା କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଦ୍ବାରା ଅନୁମୋଦିତ ହୋଇଥିବା ଉତ୍ତର ପ୍ରଦେଶ’ର ଏକ ଦମ୍ପତ୍ତି’ଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ , ପୋଷ୍ୟ ସନ୍ତାନ ରୂପେ ହସ୍ତାନ୍ତର କରିଥିଲେ। ସୂଚନା ପ୍ରକାରେ ଉକ୍ତ ଦମ୍ପତ୍ତିଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଥିବା ବେଳେ ପୋଷ୍ୟ ସନ୍ତାନ ରୂପେ ଏକ ପୁତ୍ର ସନ୍ତାନ ପାଇ ଦମ୍ପତ୍ତି ବେଶ୍ ଖୁସି ଥିବା ଲକ୍ଷ୍ୟ କରା ଯାଇଥିଲା।
ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର’କୁ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ , ଯେଉଁ ମାନେ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି ସେମାନଙ୍କୁ ମଧ୍ୟରୁ ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ଶ୍ରୀ ପ୍ରଶାନ୍ତ କୁମାର ପାଷ୍ପୁରେଡ଼ି ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା।
ପୋଷ୍ୟ ସନ୍ତାନ ବିଷୟ’ରେ ଅଧିକ ଜାଣିବା ଏବଂ ପିତୃମାତୃ ହୀନ , ଅବହେଳିତ ଓ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ ପାଇଁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଟୋଲ୍ ଫ୍ରି ନଂ:- 9668889828 ଜିଲ୍ଲାପାଳ’ଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା।
ପରିଶେଷରେ ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର’ର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା , ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ’ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ’କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ପରିଚାଳନା ଓ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-